ହେଡଲାଇନସ୍:

ମହିଳା ସ୍ନାତକ ମହାବିଦ୍ୟାଳୟରେ ନାରୀ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କର ନିର୍ଦ୍ଦେଶ କ୍ରମେ ଯୁବରେଡକ୍ରସ୍ ଆନୁକୂଲ୍ୟରେ ନାରୀ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଅଛି ।
ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼ ଭାରତୀ ପାଣିଗ୍ରାହୀ ''ସୁସ୍ଥ ନାରୀ ସଶସ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦଘାଟନ କଲେ ଏବଂ ସୁସ୍ଥ ନାରୀ ଜୀବନ ଓ ରକ୍ତ ହୀନତାର ନିରାକରଣ ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।
ସେହିପରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କର୍ମୀ ବି. ଲକ୍ଷ୍ମୀ କୁମାରୀ ପଟ୍ଟନାୟକ , ସନ୍ତୋଷି କୁମାରୀ ଜେନା ରକ୍ତ ପରୀକ୍ଷା କରିବାର ଗୁରୁତ୍ବ ଏବଂ ଏହାର ଉପକାରିତା ବୁଝାଇଥିଲେ । ଏହା ସହ ଆଶା ଦିଦି ମାନେ ସିକଲି ପରୀକ୍ଷା ନିମନ୍ତେ ରକ୍ତ ପରୀକ୍ଷା କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ବହୁଳ ସଂଖ୍ୟାରେ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ଅଂଶ ଗ୍ରହଣ କରି ସାଫଲ୍ୟ ମଣ୍ଡିତ କଲେ । ଯୁକ୍ତ ରେଡକ୍ରସ ଅଧିକାରୀ ଅଧ୍ୟାପକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡିତ କାର୍ଯ୍ୟକ୍ରମ ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault