ଖୋର୍ଦ୍ଧା ରୁ (ସେକ ଜାଫର ): ଖୋର୍ଦ୍ଧା,୨୭ା୯: ପରିଛଳ ୟୁଥ୍ କ୍ଳବ୍ ଦ୍ୱାରା ଚାଲିଥିବା ୩୩ତମ ରାଜ୍ୟସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଂଟ ରେ ଆଜିର ମ୍ୟାଚ୍ ରାଇଜିଂ ଷ୍ଟାର୍ କ୍ରିକେଟ୍ କ୍ଳବ୍, କୁମାରବସ୍ତ ଏବଂ ଆଇ.ଆର. ସି ଭିଲେଜ୍, ଭୁବନେଶ୍ୱର ଟିମ୍ ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ୧୫ ଓଭର୍ ରେ ଟସ୍ ଜିତି ରାଇଜିଂ ଷ୍ଟାର୍ କ୍ରିକେଟ୍ କ୍ଳବ୍ ପ୍ରଥମେ ବ୍ୟାଟିଂ କରି ୭ ଟି ୱିକେଟ୍ ବିନିମୟ ରେ ୧୭୨ ରନ୍ ସଂଗ୍ରହ କରିଥିଲା । ବସନ୍ତ ସାହୁ ୨୨ଟି ବଲ ଖେଳି ୫୫ ରନ ଏବଂ କୁଲଦୀପ ପାଇକରାୟ ୧୭ ବଲ୍ ରେ ୩୦ ରନ୍ କରିଥିଲେ । ଜବାବରେ ଆଇ. ଆର. ସି ଭିଲେଜ୍, ଭୁବନେଶ୍ୱର ଟିମ୍ ୧୩ ଓଭର ରେ ୧୭୫ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ । ଟିମ୍ ର ଅମୂଲ୍ୟ ପାତ୍ର ୨୬ବଲ୍ ରେ ୬୫ ରନ୍ ଏବଂ ସୌରଭ ଦାସ ୧୩ବଲ୍ ରେ ୨୯ ରନ୍ କରିଥିଲେ । ଅମୂଲ୍ୟ ପାତ୍ର ମ୍ୟାନ ଅଫ ଦ ମ୍ୟାଚ୍ ହୋଇଥିଲେ । ମ୍ୟାଚ୍ କୁ ଶ୍ରୀନିବାସ ବାରିକ ଓ ଦିନବନ୍ଧୁ ବିଶ୍ୱାଳ ପରିଚାଳନା କରିଥିଲେ ।
ଆଜିର ମ୍ୟାଚ୍ ରେ ଦେଉଳି ଗ୍ରାମ ପଂଚାୟତ ସରପଂଚଅକ୍ଷୟ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳୀମାନଙ୍କୁ ଉସôାହିତ କରିଥିଲେ । ତେବେ ରବିବାର ର ମ୍ୟାଚ୍ ଯଦୁପୁର କ୍ରିକେଟ୍ ଆସୋସିଏସନ୍ ଏବଂ ମାଣିଆବନ୍ଧ କ୍ରିକେଟ୍ କ୍ଳବ୍,ବଡମ୍ବା ମଧ୍ୟରେ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାଯାଇଛି l
ରାଜ୍ୟ
ରାଜ୍ୟସ୍ତରୀୟ ପରିଛଳ କପ କ୍ରିକେଟ ଟୁର୍ଣ୍ଣାମେଂଟ; ଆଇଆରସି ଭିଲେଜ ଭୁବନେଶ୍ୱର ବିଜୟୀ
- Hits: 165











