ହେଡଲାଇନସ୍:

ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ଆସିଫ ଓ ପ୍ରୀତମଙ୍କ ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମାଲକାନଗିରି ତା:-୨୭/୦୯: ଶୁକ୍ରବାର ଓଡ଼ିଶା ଲୋକସେବାପ୍ରୀତମ ୩ ୬୪ ନମ୍ବର ସ୍ଥାନ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି | ପ୍ରୀତମ ନିଜର ସଫଳତାର ଶ୍ରେୟ ପିତା ମାତା ଓ ଶିକ୍ଷକ ମାନଙ୍କୁ ପ୍ରଦାନ କରିଛନ୍ତି | ସେ ଗତ କିଛି ବର୍ଷ ଧରି ଭୁବନେଶ୍ଵରରେ ରହି ନିଜର ଇଚ୍ଛା ଓ ନିଷ୍ଟା ସହ କଠିନ ପରିଶ୍ରମ କରି ଆଜି ସଫଳ ହୋଇଥିବାରୁ ପରିବାର ଲୋକେ ବେଶ ଖୁସି ପ୍ରକାଶ କରିଛନ୍ତି। ଆୟୋଗ ପକ୍ଷରୁ ପ୍ରକାଶିତ ସିଭିଲ ସର୍ଭିସ ପରୀକ୍ଷା ୨୦୨୩-୨୪ ରେ ମାଲକାନଗିରି ଜିଲ୍ଲା ସଦରର ପ୍ରୀତମ ଡୁରକା ଓ ପଡିଆ ବ୍ଲକ ସଦର ମହକୁମାର ମହମ୍ମଦ ଆସିଫ୍ ଖାନ କୃତିତ୍ୱ ଅର୍ଜନ କରିଥିବା ଜଣାପଡିଛି। ସୂଚନା ମୁତାବକ ରାଜ୍ୟ ଲୋକ ସେବା ଆୟୋଗ ପକ୍ଷ୍ୟରୁ ୨୦୨୩-୨୪ରେ ଅନୁଷ୍ଠିତ ଏହି ପରୀକ୍ଷାରେ ଶ୍ରୀ ଖାନ୍ ୧୧୭ ର୍ଯାଙ୍କ ରଖି ଜିଲ୍ଲା ପାଇଁ ଗୌରବ ଆଣିଥିବା ଜଣାପଡିଛି। ଶ୍ରୀ ଆସିଫ ଙ୍କ ବାପା ଜଣେ ଚାଷୀ । ଶ୍ରୀ ଖାନ୍‌ଙ୍କ ଏଭଳି ସଫଳତା ପଛରେ ମହମ୍ମଦ ଆୟୁବ ଖାଁ, ମା ରାହାମତୁନିଶା ବେଗମ ଭଉଣୀ ଅଶରଫଉନିସା ବେଗମ ଓ ଭାଇ ମହମ୍ମଦ ଅଲ୍ଲୀ ଖାଁଙ୍କ ସହ ସମ୍ପର୍କୀୟଙ୍କ ବିଶେଷ ଅବଦାନ ରହିଥ‌ିବା ସେ କହିଛନ୍ତି। ସେହିପରି ମାଲକାନଗିରି ସଦରର ବାସିନ୍ଦା ପ୍ରୀତମ ୩୬୪ ନମ୍ବର ସ୍ଥାନ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ପ୍ରୀତମ ନିଜର ସଫଳତାର ଶ୍ରେୟ ପିତା ମାତା ଓ ଶିକ୍ଷକ ମାନଙ୍କୁ ପ୍ରଦାନ କରିଛନ୍ତି | ସେ ଗତ କିଛି ବର୍ଷ ଧରି ଭୁବନେଶ୍ଵରରେ ରହି ନିଜର ଇଚ୍ଛା ଓ ନିଷ୍ଟା ସହ କଠିନ ପରିଶ୍ରମ କରି ଆଜି ସଫଳ ହୋଇଥିବାରୁ ପରିବାର ଲୋକେ ବେଶ ଖୁସି ପ୍ରକାଶ କରିଛନ୍ତି।

0
0
0
s2sdefault