ହେଡଲାଇନସ୍:

ତାଳପଦର-ଲିମଟିକିରା ରାସ୍ତାରେ ବିଶାଳ ଆମ୍ବ ଗଛ ପଡିଲା, ବିଜେପୁର ଅଗ୍ନିଶମ ବିଭାଗର ତୁରନ୍ତ କାର୍ଯ୍ୟରେ ଯାତାୟାତ ସାମାନ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ: ବରଗଡ ଜିଲ୍ଲାର ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦରରୁ ଲିମଟିକିରା, ବାରଗୋଡ଼ାକୁ ଯୋଡ଼ୁଥିବା ପ୍ରମୁଖ ରାସ୍ତାରେ ଆଜି ସକାଲେ ଏକ ବିଶାଳ ଆମ୍ବ ଗଛ ହଠାତ୍ ପଡିଯାଇଥିଲା। ଯାତାୟାତ ସମଗ୍ରରୁପେ ବନ୍ଦ ହୋଇପଡିଥିଲା ଏବଂ ସାଧାରଣ ଲୋକ, ଯାତ୍ରୀ ଓ ଯାନଚାଳକମାନେ ଘଣ୍ଟାଧରି ଅଟକି ରହିଥିଲେ।
ଗଛର ଆକାର ବହୁତ ବଡ଼ ଥିବାରୁ ଅଗ୍ନିଶମ ବିଭାଗର ତୁରନ୍ତ ପହଞ୍ଚ ଘଟଣା ସମ୍ବନ୍ଧୀୟ ସୂଚନା ବିଜେପୁର ଅଗ୍ନିଶମ ବିଭାଗକୁ ମିଳିବାସହିତ ତୁରନ୍ତ ଏକ କର୍ମଚାରୀ ଦଳ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଅଶ୍ବିନୀ କୁମାର ସାହୁ, ମଳୟ ପ୍ରସାଦ ସାହୁ, କମଳ ସ୍ୱାଇଁ, ଅମିତ ପଧାନ, ସତ୍ୟଜିତ ମହାଳିକ ଓ କୁଞ୍ଜବିହାର କୁମ୍ଭାର ସମେତ ଅନ୍ୟାନ୍ୟ କର୍ମଚାରୀ ଥିଲେ।
ସେମାନେ ସହଯୋଗୀଭାବରେ ପ୍ରାୟ ପାଞ୍ଚ ଘଣ୍ଟା ଧରି କଷ୍ଟକର ପ୍ରୟାସ କରି, ବଡ଼ କଟାରି, ମେସିନ୍ ଓ ଅନ୍ୟାନ୍ୟ ସାଧନ ବ୍ୟବହାର କରି, ଗଛକୁ କାଟି ସଡ଼କରୁ ହଟାଇଥିଲେ। ପୁଣିଥରେ ସଡ଼କ ସଫା ହୋଇଗଲା ଓ ସାଧାରଣ ଯାତାୟାତ ସାମାନ୍ୟ ହେଲା।
ଅସୁବିଧାରେ ପଡିଥିବା ସ୍ଥାନୀୟ ଲୋକମାନେ ଅଗ୍ନିଶମ ବିଭାଗର ତୁରନ୍ତ କାର୍ଯ୍ୟକୁ ସ୍ୱାଗତ କରିଛନ୍ତି। ଯାତ୍ରୀମାନେ କହିଛନ୍ତି “ଯଦି ସମୟରେ ଅଗ୍ନିଶମ କର୍ମଚାରୀମାନେ ନଆସନ୍ତା, ତାହେଲେ ଆମେ ଦିନ ସାରା ଅଟକି ପଡିଥାନ୍ତୁ। ସେମାନଙ୍କୁ ଆମେ ଧନ୍ୟବାଦ ଦେଉଛୁ।”
ଗ୍ରାମବାସୀମାନଙ୍କ ମତାମତ ଅନୁସାରେ, ବର୍ଷା ବା ବାତ୍ୟା ସମୟରେ ପୁରୁଣା ଓ ବଡ଼ ଗଛଗୁଡ଼ିକ ପଡିବାର ସମ୍ଭାବନା ବହୁତ ଅଧିକ। ଏହାରୁ ଯାତାୟାତ ବାଧାଗ୍ରସ୍ତ ହେବା ସହ, ବଡ଼ ଦୁର୍ଘଟଣା ମଧ୍ୟ ଘଟିପାରେ। ସେଥିପାଇଁ ପୂର୍ବ ସତର୍କତାରେ ସେମାନଙ୍କୁ କଟକଣା କରିବା ଆବଶ୍ୟକ।

0
0
0
s2sdefault