ହେଡଲାଇନସ୍:

ଜାତୀୟ ପୋଷଣ ମାସ ପାଳନ ଉତ୍ସଵ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ରେଙ୍ଗାଲି :- ଆଦିତ୍ୟ ଆଲୁମିନିୟମ, ଓ ମହିଳା ଓ ଶିଶୁ ବିକାଶ ବିଭାଗ , ରେଙ୍ଗାଲି ର ମିଳିତ ଆନୁକୁଲ୍ୟରେ ବ୍ଲକ ର ପାଞ୍ଚ ଗୋଟି ପଞ୍ଚାୟତ ଯଥା ଲପଙ୍ଗା, ବୋମାଲେଇ, କତରବଗା, ଜଙ୍ଗଲା ଓ ଗିଚାମୁରାର ବିଭିନ୍ନ ଅଙ୍ଗନାୱାଡ଼ି କେନ୍ଦ୍ର ଠାରେ ଜାତୀୟ ପୋଷଣ ମାସ ସେପ୍ଟେମ୍ବର ୧ ତାରିଖ ଠାରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ପାଳନ କରାଯାଇଥିଲା । ଏଥିରେ ପୋଷଣ ର ଗୁରୁତ୍ଵ ଓ ଆବଶ୍ୟକ ଉପରେ ତାହା ଆଲୋଚନା କରାଯାଇଥିଲା ।ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ପୋଷଣ ଆବଶ୍ୟକ ବୋଲି ଆଲୋଚନା କରାଯାଇଥିଲା । କେଉଁ ସବୁ ଖାଦ୍ୟ ଖାଇଲେ ଆମ ଶରୀରକୁ ପୋଷଣ ମିଳିଥାଏ ଆଲୋଚନା କରା ଯାଇଥିଲା। ମଣିଷ ଶରୀରକୁ ସ୍ନେହସାର, ଶ୍ୱେତସାର, ଖଣିଜ ଲବଣ, ଓବଧାତୁସାର ଆବଶ୍ୟକ ରହିଥାଏ ବୋଲି ଆଲୋଚନା କରାଯାଇଥିଲା ।

ଏଥି ସହିତ ଶିଶୁର ଯତ୍ନ ଓ ସ୍ତନ୍ୟପାନ ର ବିଭିନ୍ନ ପ୍ରଣାଳୀ ଉପରେ ଲୋକମାନେ ଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁ ମାନକ ପାଇଁ କଙ୍ଗାରୁ ଯତ୍ନ ର ଆବଶ୍ୟକ ବିଷୟ ରେ ମଧ୍ୟ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଟି କୁ ପାରିପାର୍ଶ୍ବିକ ଉନ୍ନୟନ ବିଭାଗ ର ମୁଖ୍ୟ ଶ୍ରୀଯୁକ୍ତ ରବି ନିୱାସ ଓ ଉପ ପ୍ରବନ୍ଧକ ଶ୍ରୀଯୁକ୍ତ ମନୋରଞ୍ଜନ ବେହେରା କାର୍ଯ୍ୟଟିକୁ ପରିଚାଳନା ରହିଥିଲେ | ସ୍ଥାନୀୟ ଅଧିବାସୀ ଏଭଳି ମହତ୍ କାର୍ଯ କୁ ପ୍ରଶଂସା କରିବା ସହିତ ଆଦିତ୍ୟ ଆଲୁମିନିୟମ କୁ ସାଧୁବାଦ ଜ୍ଞାପନ କରିଥିଲେ ।

0
0
0
s2sdefault