ହେଡଲାଇନସ୍:

ଏରସମାର କଙ୍କରଦିଆର ଝିଅ ଶୁଭଦର୍ଶିନୀ ରାଉତରାୟ ଓଏଏସ ପାଇଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକର ବାମଦେଇପୁର ପଞ୍ଚାୟତର କଙ୍କରଦିଆ ଗ୍ରାମର ବିଭୁରଞ୍ଜନ ରାଉତ ଓ କଳ୍ପନା ରାଉତଙ୍କ ଝିଅ ଶୁଭଦର୍ଶିନୀ ରାଉତରାୟ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୯୫ ନଂ ରାଙ୍କରେ କୃତିତ୍ୱ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସମଗ୍ର ବାମଦେଇପୁର ପଞ୍ଚାୟତ ସହିତ ଏରସମା ଅଞ୍ଚଳରେ ବିଭିନ୍ନ ବର୍ଗର ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଜଣେ ମେଧାବୀ ଛାତ୍ରୀ ହିସାବରେ ସେ କଠୋର ଅଧ୍ୟବସାୟ ଓ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ତାଙ୍କୁ ଏହି ସଫଳତା ମିଳିଛି ବୋଲି ତାଙ୍କ ପରିବାର ସୂତ୍ରରୁ ପ୍ରକାଶ । ଶୁଭଦର୍ଶିନୀ ତାଙ୍କ ପ୍ରତିକ୍ରୀୟାୟରେ ଏହି ପ୍ରତିନିଧିଙ୍କୁ କହିଛନ୍ତି ଯେ, ସେ ସାଧାରଣ ମଣିଷର ଦୁଃଖକୁ ଲାଘବ କରିବା ସହିତ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ସଠିକ ଭାବରେ କାର୍ଯ୍ୟକାରୀ କରିବା ଦିଗରେ ଉଦ୍ୟମ ଜାରି ରଖିବେ ବୋଲି ସେ କହିଛନ୍ତି ।

0
0
0
s2sdefault