ହେଡଲାଇନସ୍:

ଆଦିମ ଜୁଆଙ୍ଗ ପରିବାରକୁ ସରକାରୀ ଯୋଜନା ପହଞ୍ଚି ପାରୁନି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘରେ ୪ ଭିନ୍ନକ୍ଷମ ଝିଅ ହେଉଛନ୍ତି ହନ୍ତସନ୍ତ।


କେନ୍ଦୁଝର,ତା୨୫/୯(ଦିଲ୍ଲୀପ ସାହୁ)- ବାଂଶପାଳ ବ୍ଲକ ଅନ୍ତର୍ଗତ ସଦର ନିର୍ବାଚନ ମଣ୍ଡଳୀର କୋଡିପଶା ପଞ୍ଚାୟତର ଘୁଙ୍ଗୀ ଗ୍ରାମର ନଟବର ଜୁଆଙ୍ଗ ନିଜର ୪ ଦିବ୍ୟାଙ୍ଗ ଝିଅଙ୍କୁ ଧରି ଦୟନୀୟ ଭାବେ ରହୁଛନ୍ତି। କରୁଣ କାହାଣୀ ଏପରି କି ୪ ଝିଅ ମଧ୍ୟରୁ କେହି ବି ଚଲାବୁଲା କରି ପାରନ୍ତିନି ,ଘୋଷରି ଘୋଷରି ଯିବା ଆସିବା କରିଥାଆନ୍ତି ତେଣୁ କେହିବି ସ୍କୁଲକୁ ଯାଇନାହାନ୍ତି ବଡ଼ଝିଅ ଯମୁନା ଜୁଆଙ୍ଗ ୧୬ ବର୍ଷ, ଦ୍ୱିତୀୟ ଝିଅ ସୁନୀତା ଜୁଆଙ୍ଗ ୧୨ ବର୍ଷ, ତୃତୀୟ ଝିଅ ଗୀତା ଜୁଆଙ୍ଗ ୮ ବର୍ଷ, ସର୍ବା ସାନ ଝିଅ ମିତା ଜୁଆଙ୍ଗ ୬ ବର୍ଷ ସେମାନଙ୍କ ଭିତରୁ ବଡ଼ଝିଅ କେବଳ ଭିନ୍ନକ୍ଷମ ଭତ୍ତା ପାଉଥିବା ବେଳେ ଆଉ ୩ ଜଣ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଅନ୍ୟ ୩ ଜଣ ଝିଅଙ୍କ ପାଖକୁ ସରକାରୀ ସ୍ତରରେ କେହି ବି ପହଞ୍ଚି ନ ଥିବାର ସୂଚନାରୁ ଜଣାପଡିଛି। ତେଣୁ ସେମାନେ ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହୋଇଛନ୍ତି। ନଟବରଙ୍କ ପରିବାର କହିଲେ ସ୍ତ୍ରୀ ଏବଂ ୪ ଝିଅ ୬ ଜଣ ସଦସ୍ୟଙ୍କୁ ନେଇ ଚାଲିଛି ସୁଖ ଦୁଃଖର ସଂସାର ,ଗୋଟିଏ ପଟେ ନଟବରଙ୍କୁ ଦାରିଦ୍ର୍ୟତା ଗ୍ରାସ କରିଥିବା ବେଳେ ଅନ୍ୟ ପଟେ ଚାରି ଦିବ୍ୟାଙ୍ଗ ଭିନ୍ନକ୍ଷମ ଝିଅର ବୋଝ ଝିଅଙ୍କୁ ପଢ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଭିନ୍ନକ୍ଷମ ହୋଇଥିବା କାରଣରୁ ପଢ଼ାଇବା ସମ୍ଭବ ହୋଇନଥିଲା। ତେଣୁ ତାଙ୍କର ପାଠପଢ଼ାରେ ଡୋରି ବନ୍ଧା ହୋଇଗଲା ଏବଂ ଆର୍ଥିକ ସଙ୍କଟ ଥିବାରୁ ତାଙ୍କୁ ବଡ଼ ମେଡ଼ିକାଲ ନେଇ ଚିକିତ୍ସା କରିବା ଅସମ୍ଭବ ତେଣୁ ଠିକ୍ ସେ ୪ ଝିଅକୁ ଚିକିତ୍ସା ମଧ୍ୟ କରାଇ ପାରିଲେନି। ନଟବରଙ୍କ ପରିବାର ଏବେ ଏକ କଚ୍ଚା ଘରେ ସପରିବାରକୁ ନେଇ ରହୁଥିବା ବେଳେ,ପୂର୍ବ ସରକାରଙ୍କ ସମୟରେ ପାଇଥିବା ଘର ଆର୍ଥିକ ସଂକଟ ରହିଥିବା କାରଣରୁ ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି। ତେଣୁ ଝାଟିମାଟି କଚ୍ଚାଘରେ ରହିବା କଷ୍ଟକର ହୋଇ ପଡୁଛି। ସରକାରୀ ସାହାଯ୍ୟ କହିଲେ ୩୫ କେଜି ଚାଉଳ ଆଉ‌ କିଛି ନାହିଁ । ସେହି ୩୫ କେଜି ଚାଉଳ ୧୫ ଦିନ ଗଲା ପରେ ସବୁ ଶେଷ ଆଉ ୧୫ ଦିନ ବହୁ ଦୁଃଖ କଷ୍ଟରେ କାମ ଧନ୍ଦା କରି,ଜାଳକାଠ ବିକି ପରିବାର ଚଳାଇଥାନ୍ତି। ପଞ୍ଚାୟତ ତରଫରୁ ଭିନ୍ନକ୍ଷମ ଝିଅ ମାନଙ୍କ କୌଣସି ବ୍ୟବସ୍ଥା ନାହିଁ କି ଜିଲ୍ଲା ପ୍ରଶାସନକୁ ନଜର ମଧ୍ୟ ନାହଁ। ଆଗକୁ ଏହି ପିଲାମାନେ ବାପା ମା'ଙ୍କ ପରେ ବଢ଼ିବେ କେମିତି, ଆଗକୁ ଜୀବନ ଜୀବିକାକୁ ନେଇ ବଞ୍ଚିବେ କେମିତି କାହା ସାହାରାରେ ବଞ୍ଚିବେ ତାହାର କରୁଣ ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କ ମନକୁ କଷ୍ଟ ଦେଉଛି। ଏହି ଭିନ୍ନକ୍ଷମ ୪ ଝିଅକୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରି ଥଇଥାନ କରିବା ସହ, ଯିବା ଆସିବା ପାଇଁ ୨ ଚକିଆ ବ୍ୟାଟେରୀ ଗାଡିର ବ୍ୟବସ୍ଥା ସହ ଦିବ୍ଯାଙ୍ଗ ଶୌଚାଳୟର ବ୍ଯବସ୍ଥା କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ତାହା ସହ ତାଙ୍କର ପଢ଼ାପଢ଼ିର ବ୍ୟବସ୍ଥା କରାଗଲେ ଦୁଇ ଅକ୍ଷର ପାଠ ପଢି ତାଙ୍କ ଆଶା ମଧ୍ୟ ପୂରଣ ହୋଇପାରିବ ଏବଂ ନଟବର ଜୁଆଙ୍ଗଙ୍କୁ ଏକ ପକ୍କା ଘର ଯଥାଶୀଘ୍ର ଯୋଗାଇ ଦେବା ସହ ଏଥିପ୍ରତି ବାଂଶପାଳ ବିଡ଼ିଓ, କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେଇ ସମସ୍ତ ସାହାଯ୍ୟ ଯୋଗାଇ ଦେବାକୁ ସ୍ବେଚ୍ଛାସେବୀ ସଂଗଠନ ଆଶା ପକ୍ଷରୁ ଡମ୍ବରୁଧର ଘଣା, ମନୋଜ କୁମାର ପଟେଲ,ତୁଷାର ଭୂଷଣ ମହାନ୍ତ, ରାମଚନ୍ଦ୍ର ମହାନ୍ତ ଆଦି ଅନୁରୋଧ କରିଛନ୍ତି।

0
0
0
s2sdefault