ହେଡଲାଇନସ୍:

ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ତାରକା ନିଯୁକ୍ତିଦାତା ଭାବେ ରାଜ୍ୟ ସରକରଙ୍କ ଠାରୁ ପୁରସ୍କୃତ


ଭୁବନେଶ୍ୱର : ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିଛି ଆଦିତ୍ୟ ବିର୍ଲା ଗ୍ରୁପ। କମ୍ପାନୀ କର୍ତ୍ତୃପକ୍ଷଙ୍କ ଦ୍ଵାରା ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ରାଜ୍ୟ ସରକାରଙ୍କ ଦ୍ଵାରା ସମ୍ମାନିତ ହୋଇଛି ଆଦିତ୍ୟ ବିର୍ଲା ଗ୍ରୁପ। ଓଡ଼ିଶାରେ ସର୍ବୋତ୍କୃଷ୍ଟ ନିଯୁକ୍ତି ପ୍ରଦାନ ପାଇଁ ଆଦିତ୍ୟ ବିର୍ଲା ଗ୍ରୁପକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓଡ଼ିଶା ସରକାରଙ୍କ ତରଫରୁ ସର୍ବୋତ୍କୃଷ୍ଟ ନିଯୁକ୍ତିଦାତା ତଥା ତାରକା ନିଯୁକ୍ତିଦାତା ଭାବେ ଆଦିତ୍ୟ ବିର୍ଲା ଗୃପକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିସନର ଶ୍ରୀ ଅନୁ ଗର୍ଗ, ଅତିରିକ୍ତ ଶିଳ୍ପ ମୁଖ୍ୟ ସଚିବ ଶ୍ରୀ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ଆଦିତ୍ୟ ବିର୍ଲା ଗ୍ରୁପର କର୍ପୋରେଟ ଅଫେୟାର୍ ମୁଖ୍ୟ ଶ୍ରୀ ଅର୍ଧେନ୍ଦୁ ମହାପାତ୍ର ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଆଦିତ୍ୟ ବିର୍ଲା ଗ୍ରୁପ ପକ୍ଷରୁ ଓଡ଼ିଶା ଯୁବାବର୍ଗଙ୍କୁ ଚାକିରୀ ପ୍ରଦାନ ଦିଗରେ ପ୍ରାଥମିକତା ଦିଆାଇଥିବାବେଳେ ଗତବର୍ଷ ୨୦୨୪, ଜୁନ୍ ମାସରୁ ଏଯାଏଁ ଅର୍ଥାତ୍ ଚଳିତବର୍ଷ ୨୦୨୫ ସେପ୍ଟେମ୍ବର ମାସ ସୁଦ୍ଧା ୧୨,୪୧୫ ଜଣ ପ୍ରାର୍ଥୀଙ୍କୁ ଆଦିତ୍ୟ ବିର୍ଲା ଗ୍ରୁପ ପକ୍ଷରୁ ଚାକିରୀ ପ୍ରଦାନ କରାଯାଇଛି । ତେବେ ଏଥିମଧ୍ୟରୁ ମୋଟ୍ ୭୬ ପ୍ରତିଶତରୁ ଉର୍ଦ୍ଧ୍ବ ଅର୍ଥାତ୍ ୯,୪୮୦ ଜଣ ପ୍ରାର୍ଥୀ କେବଳ ଓଡ଼ିଶାର ଅଛନ୍ତି । ସମ୍ପ୍ରତି ଓଡ଼ିଶା ସରକାର ଆଦିତ୍ୟ ବିର୍ଲା ଗ୍ରୁପ ଏଭଳି ପଦକ୍ଷେପକୁ ଭୂୟୁସି ପ୍ରଶଂସା କରିବା ସହ ରାଜ୍ୟ ସରକାର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ନୂତନ ଭାବେ ଆଦିତ୍ୟ ବିର୍ଲା ଗ୍ରୁପ ଅନ୍ତର୍ଗତ ବିଭିନ୍ନ ଶିଳ୍ପରେ ନିଯୁକ୍ତି ପାଇଥିବା ୩୫ଜଣ ପ୍ରାର୍ଥୀ ଉପସ୍ଥିତ ଥିଲେ ।

0
0
0
s2sdefault