ଭୁବନେଶ୍ୱର, ୧୧ /୯: ପୂର୍ବ ଭାରତର ଅଗ୍ରଣୀ କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ବୁଧବାର ନ୍ୟାସ୍ନାଲ୍ ମେଡିକାଲ୍ ରେକର୍ଡସ ଦିବସ ପାଳିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ସମ୍ମମରେ କାର୍ଯ୍ୟରତ ଡାକ୍ତର, ନର୍ସ, ପାରାମେଡିକ୍ସ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗ ଦେବା ସହ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମେଡିକାଲ୍ ରେକର୍ଡସର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ମେଡିକାଲ୍ ରେକର୍ଡର କାର୍ଯ୍ୟଧାରାକୁ ଦୃଢ଼ୀଭୂତ କରିବା ସହ ଅତ୍ୟାଧୁନିକ ମାନର ରୋଗୀ ସେବା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ସମ୍ବର୍ଦ୍ଧନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମେଡିକାଲ୍ ରେକର୍ଡ ମ୍ୟାନେଜମେଂଟର ଧାରା, ଅଭ୍ୟାସ ଏବଂ ସମସ୍ୟାଗୁଡ଼ିକ ସମ୍ପର୍କରେ ବୈଜ୍ଞାନିକ ପଦ୍ଧତିରେ ମଧ୍ୟ ଆଲୋଚନା କରାଯାଇଥିଲା ।
କାର୍ଯ୍ୟକ୍ରମରେ ମେଡିକାଲ୍ ରେକର୍ଡସ ବିଭାଗର ମୁଖ୍ୟ ଡାକ୍ତର ମାନସ ରଞ୍ଜନ ସେଠୀ ରୋଗୀ ସେବା କ୍ଷେତ୍ରରେ ମେଡିକାଲ୍ ରେକର୍ଡସ ମେରୁଦଣ୍ଡ ଭାବେ କାର୍ଯ୍ୟ କରେ ବୋଲି ଉଲ୍ଳେଖ କରିଥିଲେ । ସମ୍ ଅଲ୍ଟିମେଟ ମେଡିକେୟାରରେ ଉନ୍ନତମାନର ରୋଗୀ ସେବା ନିମନ୍ତେ ମେଡିକାଲ ରେକର୍ଡସର କାର୍ଯ୍ୟଧାରାକୁ ସୁଚାରୁରୂପେ ତୁଲାଇବା ବିଷୟରେ କର୍ତୃପକ୍ଷ ବଦ୍ଧପରିକର ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ସମ୍ମମର ଚିଫ ଏଗ୍ଜିକୁ୍ୟଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଯୋଗ ଦେଇ ସୁରକ୍ଷିତ, ପାରଦର୍ଶିତାପୂର୍ଣ୍ଣ ଏବଂ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ନ୍ୟାସ୍ନାଲ୍ ମେଡିକାଲ୍ ରେକର୍ଡସ ଦିବସ ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ଏହି ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏକ ବାର୍ତାରେ କହିଥିଲେ ଯେ ନିର୍ଭୁଲ ମେଡିକାଲ୍ ରେକର୍ଡସ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା, ଗବେଷଣା, ପ୍ରଶିକ୍ଷଣ ଏବଂ ଉତ୍କର୍ଷତାର ପ୍ରତୀକ ଅଟେ ।
କାର୍ଯ୍ୟକ୍ରମ ଶେଷରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଉତ୍କର୍ଷ ଆଣିବା ନିମନ୍ତେ ମେଡିକାଲ୍ ରେକର୍ଡସ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ଶପଥ ନେଇଥିଲେ ।
ରାଜ୍ୟ
ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ନ୍ୟାସ୍ନାଲ ମେଡିକାଲ ରେକର୍ଡସ ଦିବସ ପାଳିତ
- Hits: 59