ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଏରସମା ବ୍ଲକର ପଦ୍ମପୁର ପଞ୍ଚାୟତର ରାମତରା ରେ ନୂଆ ମୁହାଣ ଖୋଲିବା ସ୍ଥଳକୁ ଯାଇ ପରିଦର୍ଶନ କରିଥିଲେ । ଏଥିରେ ପୂର୍ବତନ ସରପଞ୍ଚ କେଶବ ପାତ୍ର, ଏରସମା ଲୁଣା ତଟ ବନ୍ଧ ବିଭାଗ ସହକାରୀ ଯନ୍ତ୍ରୀ କୈଳାସ ବେହେରା, କନିଷ୍ଠ ଯନ୍ତ୍ରୀ ଶାସ୍ମତି ମହାନ୍ତି ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ବୁଲି ଦେଖିଛନ୍ତି । ସୂଚନା ଯୋଗ୍ୟ ଯେ, ସମୁଦ୍ର ପାଣି କୂଳ ଲଙ୍ଘିବା ଯୋଗୁ ଉପକୂଳବର୍ତ୍ତୀ ରାମତରା ଗାଁର ୬ ଶହ ଲୋକେ ଆତଙ୍କିତ ଓ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଏହା ସହିତ ନୋଳିଆ ସାହି ଠାରୁ ରାମତରା ପର୍ଯ୍ୟନ୍ତ ମୁକୁଳା ପଡ଼ିଥିବା ବନ୍ଧ ନିର୍ମାଣ ପାଇଁ ଜିଲାପାଳ ଙ୍କ ସହିତ ଆଲୋଚନା କରିଥିବା ଖବର ନେବାରେ ଜଣାଯାଇଛି । ପୂର୍ବ ସରକାର ଯୋଗାଇ ଦେଇଥିବା ୬୦ କୋଟି ଟଙ୍କାକୁ ବିନିଯୋଗ କରି ପଥର ବନ୍ଧ ନିର୍ମାଣ କରିବାକୁ ଜିଲାପାଳ ତଥା ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଭେଟି ଆଲୋଚନା କରି ସମାଧାନ କରିବାକୁ ଗ୍ରାମବାସୀ ଙ୍କୁ କହିଥିଲେ ।
ରାଜ୍ୟ
ରାମତରା ର ନୂଆ ମୁହାଣ ସ୍ଥଳ ବୁଲିଲେ ବିଧାୟକ
- Hits: 7