ହେଡଲାଇନସ୍:

ବେଧଡକ ଚାଲିଛି ଚୋରା କାଠ ଚାଲାଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଜଗତସିଂହପୁର ଜିଲ୍ଲା ଉପକୂଳ ଅଞ୍ଚଳରେ ଦିନକୁଦିନ ବେଧଡକ ଭାବେ ଚୋରା କାଠ ଚାଲାଣ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ବାସିନ୍ଦା ମାନେ ଚିନ୍ତା ବ୍ୟକ୍ତ କରୁଛନ୍ତି । ସମୁଦ୍ର ପାଖ ଗଛ କାଟି ଟ୍ରାକ୍ଟର ଓ ଛୋଟ ଗାଡ଼ିରେ ପ୍ରେରଣ କରାଯାଉଛି ବୋଲି ଅଞ୍ଚଳବାସୀ ମାନେ ଅଭିଯୋଗ କରିଛନ୍ତି । ଏହି ଚୋରା ଚାଲାଣକୁ ନେଇ ପରିବେଶ ସୁରକ୍ଷାରେ ଅପାର୍ଥିକ କ୍ଷତି ହେବା ସହିତ ସମୁଦ୍ର କୂଳର ସୁରକ୍ଷା ବଳୟ ଭାଙ୍ଗୁଛି ବୋଲି ଉପକୂଳବାସୀଙ୍କ ଆଶଙ୍କା । ଗଛ ଗୁଡ଼ିକୁ କାଟି ଦେଲେ ସମୁଦ୍ର କୂଳ ବାଲୁକା ବାରିକେଟ ନଷ୍ଟ ହେବା ସହ ପ୍ରତି ବର୍ଷ ବନ୍ୟା ଘୁନିବାତ୍ୟରେ ଏହା ମରଣାତ୍ମକ ପରିଣାମ ଦେଖିବାକୁ ପଡ଼ିବ । କିନ୍ତୁ ସବୁ କିଛି ହେଉଥିବା ସତ୍ତ୍ଵେ ଅଞ୍ଚଳୀୟ ପ୍ରଶାସନ ଏଥିରେ ନୀରବ ରହିଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଯଦି ପ୍ରଶାସନ କଡ଼ା ହାତରେ ଏହି ଚୋରା କାଠ ବନ୍ଦ ନକରେ । ତେବେ ଆଗାମୀ ଦିନରେ ସମୁଦ୍ର କୂଳ ଗାଁ ଗୁଡିକୁ ବିପଦରେ ପଡ଼ିବାକୁ ପଡ଼ିବ ।

0
0
0
s2sdefault