ହେଡଲାଇନସ୍:

ବେଲଗୁଣ୍ଠା ବ୍ଳକ ଜାତୀୟ ସେବା ଯୋଜନା ଦ୍ୱାରା ଜାତୀୟ ସାକ୍ଷରତା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ତରଫରୁ ଜାତୀୟ ସାକ୍ଷରତା ଦିବସ ଅବସରରେ ସାକ୍ଷରତା ସମ୍ପର୍କରେ ସାମାଜିକ ସଚେତନତା ପଦଯାତ୍ରା କରାଯାଇଛି। ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଭବାନୀ ଶଙ୍କର ରାଙ୍କ ତତ୍ଵାବଧାନରେ ଶାଖାର ସ୍ଵେଚ୍ଛାସେବୀମାନେ ପ୍ଲାକାର୍ଡ ଓ ପ୍ରଚାର ପତ୍ର ମାଧ୍ୟମରେ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଯଥାକ୍ରମେ ନାରୀ ଶିକ୍ଷା, ବାଳିକା ଶିକ୍ଷା, ନାରୀ ନିର୍ଯ୍ୟାତନା ସମ୍ପର୍କରେ ସଚେତନତା ବାର୍ତ୍ତା ଧରି ଏକ ଶୋଭାଯାତ୍ରା କରିଥିଲେ। ବିଦ୍ୟାଳୟର ମୁଖ୍ୟ ଫାଟକରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ସ୍ଵେଚ୍ଛାସେବୀମାନେ ନିକଟସ୍ଥ ପ୍ରତାପ ଲକ୍ଷ୍ମଣପୁର ଗ୍ରାମ ପରିକ୍ରମା କରି ସାକ୍ଷରତା ସଚେତନତା ବାର୍ତ୍ତା ସମ୍ବଳିତ ପ୍ରଚାର ପତ୍ର ବଣ୍ଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଯଥାକ୍ରମେ ରୁନିବାଳା ତ୍ରିପାଠୀ, ସୁଶାନ୍ତ କୁମାର ଲେଙ୍କା, କିରନ କହଁର, ଜୟଶ୍ରୀ ସେଠି, ସୁନିତା ଦଳବେହେରା, ସୌମେନ୍ଦୁ ପଣ୍ଡା, ପ୍ରଦୀପ ଦିଗାଲ, ଆଶୁତୋଷ ପ୍ରଧାନ, ଜଗତ ରଞ୍ଜନ ବିଶ୍ୱାଳ ସମୂହ ପରିକ୍ରମାରେ ସାମିଲ ହୋଇ ସ୍ଵେଚ୍ଛାସେବୀମାନଙ୍କୁ ଉତତ୍ସାହିତ କରିଥିଲେ।

0
0
0
s2sdefault