ହେଡଲାଇନସ୍:

ଏକ ପେଡ ମା କେ ନାମ ୨.୦ ପାଇଁ ପ୍ରସ୍ତୁତି ସମାରୋହ ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ମା ଓ ଗଛ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱଵହନ କରେ | ଏକ ପେଡ ମା କେ ନାମ ୨.O ଅଧୀନରେ ସାର ରାଜ୍ୟ ସହିତ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବିଶାଳ ଚାରା଼ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | ଏହି ପରିପ୍ରେକ୍ଷୀରେ ଆଜି ଡେରାବିଶ ବ୍ଲକ ବାରିମୂଳ ସ୍ଥିତ ଗାନ୍ଧୀ ମଇଦାନରେ ଏକ ପ୍ରସ୍ତୁତି ସମାରୋହ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର ଆୟାର ମୁଖ୍ୟ ଅତିଥି ଭାବେ ଯୋଗ କିଛି ଚାରା଼ରୋପଣ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି,ଡିଫଓ ରାଜନଗର, ବ୍ଲକ ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ,ସମିତି ସଭ୍ୟ, ବିଡିଓ ଡେରାବିଶ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ଆସନ୍ତା ୧୭ ତାରିଖର ବିଶାଳ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ପ୍ରାକ ପ୍ରସ୍ତୁତି କରାଯାଇଥିଲା |

0
0
0
s2sdefault