ଭୁବନେଶ୍ୱର, ସେପ୍ଟେମ୍ବର ୧୧: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଏହାର ପ୍ରମୁଖ ସିଏସ୍ଆର୍ ପ୍ରକଳ୍ପ 'ଆରୋଗ୍ୟ' ଅଧୀନରେ ସମଗ୍ର ଓଡ଼ିଶାରେ ଏହାର କାର୍ଯ୍ୟକ୍ଷେତ୍ରଗୁଡିକରେ ଜାତୀୟ ପୁଷ୍ଟିସାଧନ ମାସ ପାଳନ କରିଛି। ଚଳିତ ବର୍ଷର ବିଷୟବସ୍ତୁ, 'ଏକ ଉନ୍ନତ ଜୀବନ ପାଇଁ ସୁଷମ ଖାଦ୍ୟ ଗ୍ରହଣ' ମିଳିତ ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଅନୁରୂପ, ଯାହା ସମସ୍ତ ବୟସ ବର୍ଗର ସାମଗ୍ରିକ କଲ୍ୟାଣ ପାଇଁ ସୁସ୍ଥ ଏବଂ ସନ୍ତୁଳିତ ଖାଦ୍ୟକୁ ପ୍ରୋତ୍ସାହିତ କରିଥାଏ । ଏହି ଅଭିଯାନର ଏକ ଅଂଶ ଭାବରେ ପୃଷ୍ଟିସାଧନ ମାସ ପ୍ରାରମ୍ଭରେ ପାରାଦ୍ୱୀପ, ସାଗାସାହି ଏବଂ ଠାକୁରାଣୀ ଖଣିରେ ସଚେତନତା ଅଧିବେଶନ ଆୟୋଜିତ ହୋଇଥିଲା।
ପାରାଦ୍ଵୀପର, ନୂଆଗଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ବିଶେଷ କରି ମହିଳା ଏବଂ କିଶୋରୀ ବାଳିକାମାନଙ୍କ ମଧ୍ୟରେ ପୁଷ୍ଟିକର ଖାଦ୍ୟ ସମ୍ପର୍କିତ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ସଚେତନତା ଅଧିବେଶନ ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ନୂଆଗଡ଼ ସରପଞ୍ଚ ଦେବେନ୍ଦ୍ର ରାଉତ ଏବଂ ପାରାଦ୍ଵୀପ ମୋବାଇଲ ମେଡିକାଲ ୟୁନିଟ୍ (ଏମଏମୟୁ) ର ମେଡିକାଲ ଅଫିସର ଡାକ୍ତର ନିରଞ୍ଜନ ଦିବେଦୀ ଉପସ୍ଥିତ ଥିଲେ। ଡକ୍ଟର ଦିବେଦୀ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ମାନସିକ ବିକାଶ ପାଇଁ ସନ୍ତୁଳିତ ଖାଦ୍ୟର ଉପଯୋଗୀତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଏଏନ୍ଏମ୍ କର୍ମଚାରୀ, କିଶୋରୀ ବାଳିକା ଓ ନିକଟସ୍ଥ ଗ୍ରାମର ମହିଳାଙ୍କ ସମେତ ୨୦୦ରୁ ଅଧିକ ଜଣ ଅଂଶଗ୍ରହଣ କରିଥିଲେ।
ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ୍), କୋଇଡ଼ାକୁ ସହଯୋଗ କରିବା ଉଦ୍ଦେଶ୍ୟରେ ସାଗାସାହି ଗ୍ରାମରେ ମଧ୍ୟ ସମାନ ସଚେତନତା ଅଧିବେଶନ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆଇସିଡିଏସ୍, କୋଇଡ଼ାର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଅନୀତା ସାହୁ, ସାଗାସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରେମାନନ୍ଦ ମଲ୍ଲିକଙ୍କ ସହିତ ଏମ୍ଏମୟୁ-ସାଗାସାହିର ମେଡିକାଲ୍ ଅଫିସର ଡାକ୍ତର ବରୁଣ ସାମଲ ଉପସ୍ଥିତ ଥିଲେ | ଡକ୍ଟର ସାମଲ ଏଠାରେ ଉପସ୍ଥିତ ଲୋକମାନଙ୍କୁ ସୁଚିନ୍ତିତ ଖାଦ୍ୟ ଚୟନ ତଥା ସୁଷମ ଖାଦ୍ୟ ଏବଂ ଶାରୀରିକ କାର୍ଯ୍ୟକଳାପ ଅଭ୍ୟାସ ବିକଶିତ କରିବା ଦିଗରେ ସଚେତନ କରିଥିଲେ । ସୁସ୍ଥ ଖାଦ୍ୟପେୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଶିଶୁ, ଗର୍ଭବତୀ ମା' ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରାଯାଇଥିଲା । ଆଞ୍ଚଳିକ ସ୍ତରରେ ଓ ସୁଲଭ ଦରରେ ଉପଲବ୍ଧ ଖାଦ୍ୟ ମା ଏବଂ ଶିଶୁ ସ୍ୱାସ୍ଥ୍ୟକୁ କିପରି ଭଲ ରଖିପାରିବ, ଏହାକୁ ଦୃଷ୍ଟିରେ ରଖି ଏହି ପ୍ୟାକେଟଗୁଡିକ ପ୍ରସ୍ତୁତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା', ଶିଶୁ, ଆଶା ଓ ଅଙ୍ଗନୱାଡ଼ି କର୍ମୀ ଏବଂ ମାତୃ ଓ ଯାଞ୍ଚ କମିଟି ସଦସ୍ୟଙ୍କ ସମେତ ୧୫୦ରୁ ଅଧିକ ଜଣ ଯୋଗ ଦେଇଥିଲେ।ଠାକୁରାଣୀ ଖଣି ଅଞ୍ଚଳରେ, ଡାଲକି ଗ୍ରାମର ଲୋକ ବିକାଶ କେନ୍ଦ୍ରରେ ଜାତୀୟ ପୁଷ୍ଟିସାଧନ ମାସ ପାଳନ କରାଯାଇଥିଲା, ଯେଉଁଥିରେ ସୁସ୍ଥ ଖାଦ୍ୟ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ଗୋଷ୍ଠୀ କଲ୍ୟାଣ ପାଇଁ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ଉପରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଡାଲକି ଔଷଧାଳୟର ମେଡିକାଲ ଅଫିସର ଡକ୍ଟର ସୁବ୍ରତ ଧଳ ଏବଂ ଏମ୍ଏମ୍ୟୁର ମେଡିକାଲ ଅଫିସର ଡାକ୍ତର ବରୁଣ ସାମଲ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି ପ୍ରାରମ୍ଭିକ ଶୈଶବ ଏବଂ ମାତୃତ୍ୱ ଅବସ୍ଥାରେ ଉପଯୁକ୍ତ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଉପରେ ଆଲୋକପାତ କରିବା ସହିତ ଶରୀରର ଅଭିବୃଦ୍ଧି, ବିକାଶ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଶିଶୁ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା'ମାନଙ୍କୁ ସନ୍ତୁଳିତ ଆହାର ଉପରେ ଗୁରୁତ୍ୱ ଦେବା ପାଇଁ ପୁଷ୍ଟିକର ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା' ଏବଂ ଶିଶୁଙ୍କ ସମେତ ୫୦ ରୁ ଅଧିକ ଜଣ ଅଂଶଗ୍ରହଣ କରିଥିଲେ ।
ଏଏମ୍/ଏନ୍ଏସ୍ ଇଣ୍ଡିଆ ଏହି କାର୍ଯ୍ୟକ୍ରମକୁ ଆଠରୁ ଅଧିକ ଗ୍ରାମକୁ ସମ୍ପ୍ରସାରିତ କରିବାକୁ ଲକ୍ଷ୍ୟ ରଖିଛି, ଯାହାଦ୍ୱାରା ମହିଳା, ଶିଶୁ ଏବଂ କିଶୋରୀ ବାଳିକାଙ୍କ ସମେତ ୧୦୦୦ ରୁ ଅଧିକ ଗୋଷ୍ଠୀ ସଦସ୍ୟଙ୍କ ନିକଟରେ ପହଞ୍ଚି ହେବ । ଏହି ସମ୍ପ୍ରସାରଣ ମାଧ୍ୟମରେ, ଏଏମ୍/ଏନଏସ୍ ଇଣ୍ଡିଆ ଓଡିଶାରେ ଏହାର କାର୍ଯ୍ୟକ୍ଷେତ୍ର ଗୁଡିକରେ ସୁସ୍ଥ, ସୁଦୃଢ ଏବଂ ଅଧିକ ଦୀର୍ଘସ୍ଥାୟୀ ଗୋଷ୍ଠୀ ଗଠନ ପାଇଁ ଏହାର ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରୁଛି ।
ରାଜ୍ୟ
ଏଏମ୍/ଏନ୍ଏସ୍ ଇଣ୍ଡିଆ ଇଣ୍ଡିଆ ପକ୍ଷରୁ ଓଡିଶାରେ ଏହାର କାର୍ଯ୍ୟକ୍ଷେତ୍ରରେ ଜାତୀୟ ପୁଷ୍ଟିସାଧନ ମାସ ପାଳନ
- Hits: 3