ହେଡଲାଇନସ୍:

ସୋଆ ଯୁବ ସାହିତ୍ୟ ପୁରସ୍କାର-୨୦୨୫ ପାଇଁ ପୁସ୍ତକ ଆମନ୍ତ୍ରଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟର ପ୍ରତିଶ୍ରୁତିସମ୍ପନ୍ନ ଯୁବ ସାହିତ୍ୟିକଙ୍କୁ ସମ୍ମାନ ଓ ସ୍ୱୀକୃତି ଜଣାଇବା ଉଦ୍ଦେଶ୍ୟରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ (ସୋଆ) "ସୋଆ ଯୁବ ସାହିତ୍ୟ ପୁରସ୍କାର" ପ୍ରଦାନ ନିମନ୍ତେ ସିଦ୍ଧାନ୍ତ ନେଇଛି ।

୪୦ ବର୍ଷ ବୟସ ସୀମା ମଧ୍ୟରେ ସାହିତ୍ୟ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିଥିବା ଲେଖକ ଲେଖିକାଙ୍କର କବିତା, କଥାସାହିତ୍ୟ, ନାଟକ ଓ ସାହିତ୍ୟ ସମାଲୋଚନା ଭଳି ସାହିତ୍ୟର ବିଭିନ୍ନ ବିଭାଗରେ ରଚିତ ସ୍ୱତନ୍ତ୍ର ସୃଜନଶୀଳ କାର୍ଯ୍ୟକୁ ସମ୍ମାନିତ କରାଯିବ। ଏହି ପୁରସ୍କାର ସ୍ୱରୂପ ଏକଲକ୍ଷ ଟଙ୍କାର ଅର୍ଥ ରାଶି, ଉତ୍ତରୀୟ, ଏବଂ ମାନପତ୍ର ପ୍ରଦାନ କରାଯିବ ।

ଏଥିନିମନ୍ତେ ଗତ ୫ବର୍ଷ (୨୦୧୯ ଠାରୁ ୨୦୨୪) ମଧ୍ୟରେ ପ୍ରକାଶିତ ମୌଳିକ ଏବଂ ଶ୍ରେଷ୍ଠ ପୁସ୍ତକକୁ ବିଚାରକୁ ନିଆଯିବ । ଜାନୁଆରୀ ୧, ୨୦୨୫ ସୁଦ୍ଧା ଯେଉଁମାନଙ୍କ ବୟସ ୪୦ ବର୍ଷ ବା ତା’ଠାରୁ କମ୍ ସେମାନେ ଆବେଦନ କରିପାରିବେ। ସ୍ୱୟଂ ଲେଖକ ବା ପ୍ରକାଶକ ପୁସ୍ତକ ଦାଖଲ କରିପାରିବେ। ପୁସ୍ତକର ଦୁଇଟି ପ୍ରତି ସହିତ ଲେଖକଙ୍କ ସଂକ୍ଷିପ୍ତ ପରିଚୟ, ଜନ୍ମତାରିଖର ସ୍ୱ-ସାକ୍ଷରିତ ପ୍ରମାଣପତ୍ର (ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ବା ଭୋଟର ଆଇଡି) ପଠାଇବା ଆବଶ୍ୟକ। ପ୍ରକାଶକଙ୍କ ପକ୍ଷରୁ ପଠାଗଲେ, ଲେଖକଙ୍କ ବୟସ୍ ସ୍ଥିର କରିଥିବା ଶପଥପତ୍ର ଦେବା ଆବଶ୍ୟକ।

ଅକ୍ଟୋବର 7 , ୨୦୨୫ ସୁଦ୍ଧା ପୁସ୍ତକ “ପ୍ରାଚୀନ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ, ଖଣ୍ଡଗିରି ଛକ, ଭୁବନେଶ୍ୱର-୩୦” ଠିକଣାରେ ପଠାଇବାକୁ ଆହ୍ବାନ କରାଯାଉଛି।

0
0
0
s2sdefault