ହେଡଲାଇନସ୍:

ନେତୃତ୍ୱ ପରିବର୍ତ୍ତନକୁ ବିରୋଧ କରି ମହିଳାଙ୍କ ଓଡ଼ଗାଁ ବ୍ଳକ ଆଗରେ ଧାରଣା,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମହିଳା ସ୍ବୟଂ ସହାୟକ ଅନୁଷ୍ଠାନର ଗ୍ରାମ ଠାରୁ ଆରମ୍ଭ କରି ବ୍ଳକ ଓ ଜିଲ୍ଲା ସ୍ତରୀୟ ସଂଘର ନେତୃତ୍ୱ ପରିବର୍ତ୍ତନ ଓ ପୁନର୍ଗଠନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ପତ୍ର ସଂଖ୍ୟା ୫୨୨୯ ତା. ୦୪.୦୯.୨୦୨୫ ରିଖ ଅନୂଯାୟି ବିଦ୍ଧିବଦ୍ଧ ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି । ଏହି ନିର୍ଦ୍ଦେଶାବଳିକୁ ବିଭିନ୍ନ ପଦପଦବିରେ ପୂର୍ବରୁ ରହି ଆସିଥିବା ସଭାପତି ସମ୍ପାଦକ ମାନେ ବିରୋଧ କରିବା ସହିତ ମାନ୍ୟବର ନ୍ୟାୟାଳୟରେ ନ୍ୟାୟ ପାଇଁ ଆବେଦନ କରିବା ନିମନ୍ତେ ପଦବିରେ ରହିବାର ରେଜୁଲେନ କପି ଏବିକେ ମାନଙ୍କୁ ମାଗିଥିଲେ । ସେମାନେ ଉକ୍ତ କପି ଦେବାକୁ ଅରାଜି ହେବାରୁ ୫୦ରୁ ଉର୍ଦ୍ଧ୍ବ ପଦାଧିକାରୀ ମାନେ ଓଡ଼ଗାଁ ବ୍ଳକ ଆସି ଉପରୋକ୍ତ ରେଜୁଲେସନ କପି ପାଇବା ଦାବିରେ ବ୍ଳକ ସାମ୍ନାରେ ବସିଥିଲେ । ଖବରପାଇ ବିଡ଼ିଓ ମହିଳା ମାନଙ୍କୁ ସମସ୍ୟା ବିଷୟରେ ପଚାରି ବୁଝିବା ପରେ ସେମାନଙ୍କୁ ରେଜୁଲେସନ କପି ଯୋଗାଇ ଦେବା ନିମନ୍ତେ ଜିବାକା ମିଶନ ବ୍ଳକ ପ୍ରକଳ୍ପ ସଂଯୋଜକଙ୍କୁ କହିଥିଲେ । ପରେ ବିପିସି ସୁରଜ କୁମାର ବେହେରା ମହିଳା ମାନଙ୍କ ଦାବି ପୁରଣ କରିବା ପାଇଁ ଜଣାଇବା ପରେ ମହିଳା ମାନେ ଉଠି ଚାଲିଯାଇଥିଲେ ।

0
0
0
s2sdefault