ହେଡଲାଇନସ୍:

ଶରଧାପୁରରେ ମଦ ବିକ୍ରିକୁ ବିରୋଧ, ଜଣେ ଗିରଫ, ରାସ୍ତା ଉପରେ ବସିଲେ ଶତାଧିକ ଜନତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଶରଧାପୁର ଗ୍ରାମରେ ବେଆଇନ ମଦ ବିକ୍ରିକୁ ବିରୋଧ କରି ରାସ୍ତା ଉପରେ ଶତାଧିକ ମହିଳା ଓ ପୁରୁଷ ରାସ୍ତାରୋକ କରିଛନ୍ତି । ଘଟଣା ସମ୍ପର୍କରେ ଖବରପାଇ ଓଡ଼ଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବେନିୟମ ମଦ ଜବତ କରିଛି । ସୂଚନା ଅନୁସାରେ ଶରଧାପୁର ଗ୍ରାମର ରବିନ୍ଦ୍ର ସାହୁ ଏବଂ ତାଙ୍କ ପତ୍ନୀ ସ୍ବର୍ଣ୍ଣଲତା ସାହୁ ପ୍ରାୟ ଏକବର୍ଷ ଧରି ଘରେ ବେଆଇନ୍ ମଦବିକ୍ରି କରି ଆସୁଛନ୍ତି । ଗ୍ରାମବାସୀ ମଦ ବିକ୍ରି ନକରିବା ପାଇଁ ବାରମ୍ଭାର ତାଗିଦ୍ କରିଥିଲେ । ତେବେ ଲୋକଙ୍କୁ ଭୟ ଦେଖାଇ ଜବରଦସ୍ତ ମଦ ବିକ୍ରି କରି ଚାଲିଥିଲେ । ଆଜି ଅପରାହ୍ନରେ ଘରେ ମଦ ବିକ୍ରି କରୁଥିବା ସମୟରେ ଗ୍ରାମବାସୀଙ୍କ ହାବୁଡ଼ରେ ଧରା ପଡ଼ିବା ପରେ ମଦ କିଣିବାକୁ ଆସିଥିବା ନିକଟସ୍ଥ ଗ୍ରାମର ଦୁଇ ବ୍ୟକ୍ତିଙ୍କୁ ମଧ୍ୟ ଗ୍ରାମବାସୀ ଅଟକ ରଖିଥିଲେ । ଏହାକୁ ନେଇ ଗାଁରେ ଏକ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା । ପରେ ଲୋକମାନେ ଓଡ଼ଗାଁ ପୁଲିସକୁ ଖବର ଦେଇଥିଲେ ମଧ୍ୟ ପୁଲିସ ପହଁଞ୍ଚିବାରେ ବିଳମ୍ବ ହେବାରୁ ଗ୍ରାମବାସୀମାନେ ଉତେଜିତ ହୋଇ ରାସ୍ତାକୁ ଓହ୍ଲାଇ ପଞ୍ଚାୟତ ସମ୍ମୁଖରେ ବସି ନାରା ଦେଇଥିଲେ । ଏହାର କିଛି ସମୟ ପରେ ଘଟଣା ସ୍ଥଳରେ ଓଡ଼ଗାଁ ପୁଲିସ ପହଞ୍ଚି ୩୨ଟି ବିଦେଶି ମଦ ବୋତଲ ଜବତ କରିଥିଲେ । ଏବଂ ମଦ ବିକ୍ରି କରିବା ଅଭିଯୋଗରେ ପୋଲିସ ରବିନ୍ଦ୍ର ସାହୁକୁ ଥାନାକୁ ଆଣିବା ପରେ ରାସ୍ତାରୋକ ହଟିଥିଲା ।

0
0
0
s2sdefault