ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ,10/09-: ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗେଇ ଦେବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଅନେକ ଗୁଡିଏ ପଦକ୍ଷେପ ନିଆଯାଉଛି |ବିଦ୍ୟାଳୟ ପରିସରକୁ ସଫା ସୁତରା ରଖିବା ସହିତ ବିଦ୍ୟାଳୟ ମାନଙ୍କରେ ସ୍ମାର୍ଟ କ୍ଲାସରୁମ, ବିଶୁଦ୍ଧ ପାନୀୟ ଜଳ, ସ୍ମାର୍ଟ ବ୍ଲାକବୋର୍ଡ, ଅତ୍ୟାଧୁନିକ ଶିକ୍ଷଣ ସାମଗ୍ରୀ ଭଳି ଅନେକ ସରଞ୍ଜାମ ସବୁ ଯୋଗେଇ ଦିଆଯାଉଥିବା ବେଳେ କିଛି ବିଦ୍ୟାଳୟର ପରିବେଶ ଅସ୍ୱାସ୍ଥ୍ୟକର ହୋଇପଡିଛି |ପ୍ରଶାସନର ଅବହେଳା ଯୋଗୁଁ ଏସବୁ ବିଦ୍ୟାଳୟ ଗୁଡିକର ଉନ୍ନତି ହୋଇପାରୁନଥିବା ଅବିଭାବକମାନେ ଅଭିଯୋଗ କରିଛନ୍ତି |ଏଭଳି ଏକ ବିଦ୍ୟାଳୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଅନକାବେଡା ଗ୍ରାମରେ |1952 ମସିହାରେ 40ଶଯ୍ୟା ବିଶିଷ୍ଟ ଏକ ଆଶ୍ରମ ବିଦ୍ୟାଳୟ ଉକ୍ତ ଗ୍ରାମରେ ସ୍ଥାପିତ ହୋଇଥିଲା |ବର୍ତମାନ ବିଦ୍ୟାଳୟରେ 298ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ପିଲାମାନଙ୍କୁ ପଢ଼େଇବା ପାଇଁ 4ଜଣ ରେଗୁଲାର ଶିକ୍ଷକ ଓ 3ଜଣ ଗେଷ୍ଟ ଶିକ୍ଷକ ରହିଛନ୍ତି |ବିଦ୍ୟାଳୟର ପାଚେରୀ ଭଗ୍ନ ଅବସ୍ଥାରେ ପଡି ରହିଥିବା ବେଳେ ଶ୍ରେଣୀ ଗୃହର ଛାତ ସବୁରୁ ବର୍ଷା ଦିନ ମାନଙ୍କରେ ପାଣି ଝରୁଛି |ବିଦ୍ୟାଳୟରେ ପାଇଖାନା ରହିଛି ହେଲେ ପାଇଖାନା ସବୁରେ କବାଟ ନାହିଁ |ଷ୍ଟାଫ ମାନଙ୍କ ରହିବା ପାଇଁ ଷ୍ଟାଫ କ୍ୟାଟର ମଧ୍ୟ ନାହିଁ |ପିଏଚଏସ ହଷ୍ଟେଲ ନାହିଁ |ମୋଟ 7ଗୋଟି ଶ୍ରେଣୀ ଗୃହ ମଧ୍ୟରୁ 3ଟି ଗୃହର ଛାତରୁ ପାଣି ଝରିବା ସହିତ ବେଳେବେଳେ ଛାତରୁ କଂକ୍ରିଟ ମଧ୍ୟ ଖସୁଥିବା ଅଭିଯୋଗ ହେଉଛି |ସବୁଠାରୁ ବଡ଼ ବିଷୟ ହେଉଛି ଆଶ୍ରମ ବିଦ୍ୟାଳୟର ଗେଟ ସାମ୍ନାରେ ଅଳିଆ ପାଣି ଜମି ରହି କୁତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି |ଆବର୍ଜନା ପାଣି ନିଷ୍କାସନ ପାଇଁ ବିଦ୍ୟାଳୟରେ କୌଣସି ଡ୍ରେନେଜ ବ୍ୟବସ୍ଥା ହୋଇନଥିବାରୁ ସ୍ଥାନେ ସ୍ଥାନେ ଅଳିଆ ଆବର୍ଜନା ପାଣି ଜମି ଦୁର୍ଗନ୍ଧ ହେଉଛି |ଏଭଳି ଅନେକ ସମସ୍ୟା ମଧ୍ୟ ଦେଇ ବିଦ୍ୟାଳୟଟି ଚାଲିଥିବା ବେଳେ ଏଠାରେ ସରକାରଙ୍କ ଗୁଣାତ୍ମକ ଶିକ୍ଷା କେତେ ଯେ ଫଳପ୍ରଦ ତାହା ସ୍ପଷ୍ଟ ବାରି ହୋଇଯାଉଛି |ତେଣୁ ପ୍ରଶାସନ ତୁରନ୍ତ ବିଦ୍ୟାଳୟର ସମସ୍ୟା ସବୁର ସମାଧାନ କରିବାକୁ ଅବିଭାବକ ମାନେ ଦାବୀ କରୁଛନ୍ତି |
ରାଜ୍ୟ
ଅନକାବେଡା ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ଜମି ରହୁଛି ଅପରିଷ୍କାର ପାଣି |ଡ୍ରେନେଜ ବ୍ୟବସ୍ଥା ପାଇଁ ଅବିଭାବକ ମାନଙ୍କ ଦାବୀ |
- Hits: 6