ଗୁଣପୁରରୁ ସିଦ୍ଧାର୍ଥ ଦାଶ: ଜାତୀୟ ଖାଉଟି ଅଧିକାର ଦିବସ ଅବସରରେ ରାୟଗଡ଼ା ବୈଧମାପ ବିଜ୍ଞାନ ବିଭାଗ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଭୁବନେଶ୍ୱର ସହାୟତାରେ ନବୀନ ସେବା ସଙ୍ଗଠନ ପକ୍ଷରୁ ଗୁଣପୁର ବ୍ଲକ ଡ଼ମ୍ଵସରାସ୍ଥ ଡ଼. ଆମ୍ବେଦକର ମହାବିଦ୍ୟାଳୟ ପରିସରରେ ଖାଉଟି କଲ୍ୟାଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଆୟୋଜିତ ସଭାରେ ରାୟଗଡ଼ା ଜିଲ୍ଲା ଖାଉଟି ଅଦାଲତ ର ସଦସ୍ୟ ଶ୍ରୀ ଗଦାଧର ୫ ସାହୁ , ରାୟଗଡ଼ା ଜିଲ୍ଲା ଖାଉଟି ଅଦାଲତର ପୂର୍ବତନ ସଭାପତି ଶ୍ରୀ ପ୍ରଦୀପ କୁମାର ଦାଶ , ଜିଲ୍ଲା ବୈଧମାପ ବିଜ୍ଞାନ ବିଭାଗ ସହକାରୀ ନିୟନ୍ତ୍ରକ ଶ୍ରୀ ସିଦ୍ଧେଶ୍ବର ମହାପାତ୍ର ଓ ମହାବିଦ୍ୟାଳୟ ଅଧକ୍ଷ ଶ୍ରୀ ବିଦ୍ୟାଧର ନାହାକ ପ୍ରମୁଖ ଯୋଗଦେଇ ଖାଉଟି ମାନେ କିଭଳି ସହୁକାର ଓ ବେପାରୀ ମାନଙ୍କ ଠକାମୀ କୁ ସହଜ ରେ ବୁଝିପାରିବେ ଏବଂ ଠକାମୀ ବିରୋଦ୍ଧ ରେ କିଭଳି ଆଇନ ର ଆଶ୍ରୟ ନେଇ ପାରିବେ , ଏ ନେଇ ବୁଝାଇ ଥିଲେ । ଶ୍ରୀ ଦାଶ ଖାଉଟି ଙ୍କ ନିମନ୍ତେ ଆଇନ ରେ କେଉଁ କେଉଁ ବ୍ୟବସ୍ଥା ରହିଛି ତାହା ବ୍ୟଖ୍ୟା କରିଥିଲେ । ମହାବିଦ୍ୟାଳୟ ର ଅଧ୍ୟାପକ ଡ଼. ପ୍ରଶାନ୍ତ କୁମାର ହୋତା ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।