ବାଲୁଗାଁ:(ସେକ୍ କୌସର):ଚଳିତବର୍ଷ ପ୍ରକାଶିତ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳରେ ବାଲୁଗାଁ ପାଇଁ ଗୌରବ ଆଣିଛନ୍ତି ଛାତ୍ରୀ ଅଞ୍ଚିତା ନାୟକ | ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ INS ଚିଲିକାର ଛାତ୍ରୀ ଅଞ୍ଚିତା ବାଣିଜ୍ୟ ବିଭାଗରେ 500ରୁ 464 ନମ୍ବର, ଅର୍ଥାତ 93% ମାର୍କ ରଖି ବିଦ୍ୟାଳୟ ଟପର ହୋଇଛନ୍ତି ବାଲୁଗାଁ NAC ଅନ୍ତର୍ଗତ ପାଟଣାସାହି ଗ୍ରାମର ରଞ୍ଜିତ ନାୟକଙ୍କ ବଡ଼ ଝିଅ ହେଉଛନ୍ତି ଅଞ୍ଚିତା। ବାପା ଜଣେ ବ୍ୟବସାୟୀ ହୋଇଥିବା ବେଳେ ମା ଗୃହିଣୀ | ନିଜ ସଫଳତାର ଶ୍ରେୟ ପରିବାର ଏବଂ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି ଅଞ୍ଚିତା | ସେ କହିଛନ୍ତି, “ସ୍କୁଲ ସମୟ ବାଦ୍ ଘରେ ଦିନକୁ 5ରୁ 6 ଘଣ୍ଟା ପଢୁଥିଲି।” ଭବିଷ୍ୟତରେ ସେ ଜଣେ ଚାର୍ଟଡ ଆକାଉଣ୍ଟାଣ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି | ଅଞ୍ଚିତାଙ୍କ ସଫଳତା ପରେ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି | ତାଙ୍କ ପାଖକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି |ତାଙ୍କ ସଫଳତା କେବଳ ବିଦ୍ୟାଳୟ ନୁହେଁ, ସମଗ୍ର ବାଲୁଗାଁ ଅଂଚଳ ପାଇଁ ଗୌରବର ବିଷୟ ପାଲଟିଛି |
ରାଜ୍ୟ
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ
- Hits: 13







