ହେଡଲାଇନସ୍:

ମାଣ୍ଡିଆ ଦିବସ ୨୦୨୫ ପାଳନ ଉପଲକ୍ଷେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କୃଷି ଜୈବ ବିବିଧତା ଓ ଐତିହ୍ୟରେ ମହିଳା କୃଷକଙ୍କ ଅବଦାନ ଚଳିତ ବର୍ଷର ଥିମ୍

ଭୁବନେଶ୍ୱର- ୦୬/୦୯/୨୦୨୫: ଆଜି ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶା ଏକମାତ୍ର ରାଜ୍ୟଭାବେ ମାଣ୍ଡିଆ ଦିବସ ପାଳନ କରୁଛି । ପ୍ରତିବର୍ଷ ନଭେମ୍ବର ମାସ ୧୦ ତାରିଖକୁ ମାଣ୍ଡିଆ ଦିବସ ରୂପେ ପାଳନ କରାଯାଉଅଛି । ଏହି ବର୍ଷ ମଧ୍ୟ ଆସନ୍ତା ନଭେମ୍ବର ୧୦ ଓ ୧୧ ରେ ଦୁଇଦିନ ଧରି ଅନ୍ତର୍ଜାତୀୟ ପୁଷ୍ଟିଶସ୍ଯ ସମ୍ମିଳନୀ ଅନୁଷ୍ଠିତ ହେବ । " କୃଷି ଜୈବ ବିବିଧତା ଓ ଐତିହ୍ୟରେ ମହିଳା କୃଷକଙ୍କ ଅବଦାନ " ଏହିବର୍ଷର ବିଷୟବସ୍ତୁ ରହିଛି । ପୂର୍ବବର୍ଷ ଭଳି ବିଭିନ୍ନ ସେସନ୍ ବିଶିଷ୍ଟ ଗବେଷକ/ବୈଜ୍ଞାନିକଙ୍କ ଦ୍ୱାରା ପରିଚାଳିତ ହେବ । ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ମାଣ୍ଡିଆ, ସୁଆଁ, କାଙ୍ଗୁ ଓ ବିସ୍ମୃତ ପ୍ରାୟ ଖାଦ୍ୟାନ୍ନର ଉତ୍ପାଦନ, ବ୍ୟବହାର ଓ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଏକ ଉଦାହରଣ ସାଜିଛି । ନିକଟରେ ଏଫସିଆଇ ରାଜ୍ୟରୁ ମାଣ୍ଡିଆ ଅନ୍ଯ ରାଜ୍ଯକୁ ପ୍ରେରଣ କରିଛି ଏବଂ ପର୍ଯ୍ୟାୟକ୍ରମେ ମୋଟ ୪୦ ହଜାର ମେଟ୍ରିକ ଟନ ମାଣ୍ଡିଆ କେବଳ ଓଡିଶାରୁ ନେବା ପାଇଁ ଯୋଜନା ରହିଛି ।

ଏଥରର ମାଣ୍ଡିଆ ଦିବସ ସମାବେଶରେ ୪୦୦ରୁ ଅଧିକ ଚାଷୀ, ଏମଏସ ସ୍ଵାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ଯକ୍ଷା, ଡ଼ ସୌମ୍ୟା ସ୍ୱାମୀନାଥନ, ୟୁନାଇଟେଡ଼ ନେସନ୍ସ ର ଫୁଡ଼ ଏଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନରୁ ବୈଜ୍ଞାନିକ, ୱାର୍ଲଡ଼ ଫୁଡ଼ ପ୍ରୋଗ୍ରାମ, ଆଇସିଏଆର, ଆଇସିଏଆର-ସିଆଇଡବ୍ଲୁଏ ରୁ ମହିଳା ବୈଜ୍ଞାନିକ, ଦେଶ ବିଦେଶରୁ ବହୁ ଖ୍ୟାତନାମା ବୈଜ୍ଞାନିକ ତଥା ଅଧିକାରୀ ପ୍ରମୁଖ ଯୋଗଦେବେ ।

ପ୍ରସ୍ତୁତି ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିବା ସହ ବିଭାଗର ଆଗାମୀ କାର୍ଯ୍ୟପନ୍ଥାର ସୂଚନା ପ୍ରଦାନ କରିଥିଲେ । କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଶ୍ରୀ ସୁବ୍ରତ କୁମାର ପଣ୍ଡା, ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ ।

0
0
0
s2sdefault