ହେଡଲାଇନସ୍:

ପରିବେଶବିତ ହରିହର ଦାସ ରାଜ୍ୟ ସ୍ତରରେ ସମ୍ମାନୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା/Dillip Mohanty  ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଭୂବନେଶ୍ୱର ଠାରେ ଆୟୋଜିତ ଓଡିଶ। ବଟାନିକାଲ  ସୋସାଇଟିର ୪୩ ତମ ବାର୍ଷିକ ଅଧିବେଶନରେ ମହାରାଜା ପୂର୍ଣ୍ଣଚନ୍ଦ୍ର  ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ୍ୟ ତଥା ପରିବେଶବିତ ହରିହର ଦାସଙ୍କୁ ଜନପ୍ରିୟ ଉଦ୍ଭିଦ ବିଜ୍ଞାନ ଲେଖକ ହିସାବରେ ମହେଶ ପ୍ରସାଦ ପୁରୋହିତ ମେମୋରିଆଲ ୨୦୧୮ ସମ୍ମାନରେ ସମ୍ମାନୀତ କରାଯାଇଅଛି । ଉଦ୍ଭିଦ ବିଜ୍ଞାନ ଓ ପରିବେଶ ବିଜ୍ଞାନର ଜଟିଳ ପଥକୁ ସରଳ ଓ ସାବଲୀଳ ଭାଷାରେ ଜନସାଧାରଣ ଙ୍କ ନିକଟରେ ଉପସ୍ଥାପିତ କରିପାରିଥିବା ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଅଛି । ଓଡିଶା ବଟାନିକାଲ ସୋସାଇଟିର ସଭାପତି ଡ. ବରଦାକାନ୍ତ ମିଶ୍ରଙ୍କ ପୌରହିତ୍ୟରେ  ଆୟୋଜିତ ଏହି ଅଧିବେଶନରେ ବିଶ୍ୱବିଦ୍ୟାଳୟ ସଭାପତି ତଥା ମୁଖ୍ୟ ଅତିଥି ପ୍ରଫେସର ମୁକ୍ତିକାନ୍ତ ମିଶ୍ର , ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ହରିବନ୍ଧୁ ପଣ୍ଡା, ସିଏସଆଇଆର ଲକ୍ଷ୍ନୋ ର ବୈଜ୍ଞାନିକ ଡ. ଡି.କେ.ଉପ୍ରେତ୍ତିକ ଙ୍କ ଉପସ୍ଥିତିରେ ଶ୍ରୀ ଦାସ ଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ଏହି ସମ୍ମାନ ପାଇବାରେ ଶ୍ରୀ ଦାସ ମୟୁରଭଞ୍ଜ  ଜିଲାର ପ୍ରଥମ ବ୍ୟକ୍ତି । ପ୍ରକାଶ ଯୋଗ୍ୟ କି ଉଦ୍ଭିଦ ବିଜ୍ଞାନ ଜନପ୍ରିୟ ରଚନାବଳୀ ପାଇଁ ପ୍ରତିବର୍ଷ ରାଜ୍ୟ ସ୍ତରରେ ଜଣେ ବ୍ୟକ୍ତି ବିଶେଷ ଙ୍କୁ ଏହି ପୁରସ୍କାର ରେ ସମ୍ମାନୀତ କରାଯାଇଥାଏ । ବର୍ତ୍ତମାନ ଶ୍ରୀ ଦାସ ପୂର୍ଣ୍ଣଚନ୍ଦ୍ର ଉଚ୍ଚ  ମାଧ୍ୟମିକ ସ୍କୁଲ , ରଘୁନାଥପୁର , ବାରିପଦାରେ ଅଧ୍ୟକ୍ଷ ଭାବେ ଅବସ୍ଥାପିତ ଅଛନ୍ତି ।

 

0
0
0
s2sdefault