ହେଡଲାଇନସ୍:

ଫ୍ରାନ୍ସ ଓ ହଙ୍ଗେରୀରେ ହେବାକୁଥିବା ଏଫ୍ଆଇଜି ବିଶ୍ୱ ଚ୍ୟାଲେଞ୍ଜ କପ୍ ୨୦୨୫ରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଏଚପିସିର ଆଥଲେଟ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଭାରତୀୟ ଜିମ୍ନାଷ୍ଟିକ୍ସର ବର୍ଦ୍ଧିତ ଶକ୍ତିର ପ୍ରଦର୍ଶନ ସ୍ୱରୂପ, ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି)ର ୪ ଜଣ ଜିମ୍ନାଷ୍ଟିକ୍ ଙ୍କୁ ଫ୍ରାନ୍ସର ପ୍ୟାରିସ ଏବଂ ହଙ୍ଗେରୀର ସ୍ଜୋମ୍ବାଥେଲିଠାରେ ଆୟୋଜିତ ହେବାକୁଥିବା ସମ୍ମାନଜନକ ଏଫ୍ଆଇଜି ବିଶ୍ୱ ଚ୍ୟାଲେଞ୍ଜ କପ୍ ୨୦୨୫ରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ କରାଯାଇଛି। ଜୁଲାଇ ୨୨ରୁ ଅଗଷ୍ଟ ୩୦, ୨୦୨୫ ପର୍ଯ୍ୟନ୍ତ ଓଡ଼ିଶା ଏଏମ୍/ଏନ୍ଏସ୍ ଜିମ୍ନାଷ୍ଟିକ୍ ଏଚପିସିରେ ଆୟୋଜିତ ଜାତୀୟ ଶିବିରରେ ୪ ଜଣ ଜିମ୍ନାଷ୍ଟ ତପେଶ୍ୱରନାଥ ଦାସ, ତପନ ମହାନ୍ତି, ପ୍ରଣତୀ ନାୟକ ଓ ତନୁ ମନୋନୀତ ହୋଇଥିଲେ, ଯେଉଁଥିରେ ମୋଟ ୧୧ ଜଣ ଜିମ୍ନାଷ୍ଟଙ୍କୁ ଜାତୀୟ ସ୍ତରରେ ଚୟନ କରାଯାଇଥିଲା।
ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ (ଏମଏଜି)ରେ ତପେଶ୍ୱରନାଥ ଓ ତପନ ସେପ୍ଟେମ୍ବର ୧୩ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ୟାରିସରେ ହେବାକୁ ଥିବା ଏଫ୍ଆଇଜି ବିଶ୍ୱ ଚ୍ୟାଲେଞ୍ଜ କପ୍ ରେ ଅଂଶଗ୍ରହଣ କରିବେ। ଏହାପରେ ସେପ୍ଟେମ୍ବର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ସ୍ଜୋମ୍ବାଥେଲିରେ ହେବାକୁ ଥିବା ଏଫ୍ଆଇଜି ବିଶ୍ୱ ଚ୍ୟାଲେଞ୍ଜ କପ୍ ରେ ଦୁହେଁ ପୁରୁଷ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଜିମ୍ନାଷ୍ଟିକ୍ସ (ଏମ୍ ଏଜି)ରେ ଭାଗ ନେବେ। ଜୋମ୍ବାଥେଲିରେ ହେବାକୁ ଥିବା ଏଫ୍ଆଇଜି ବିଶ୍ୱ ଚ୍ୟାଲେଞ୍ଜ କପ୍ ରେ ପ୍ରଣତି ଓ ତନୁ ମହିଳା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ (ଡବ୍ଲ୍ୟୁଏଜି)ରେ ଭାରତର ପ୍ରତିନିଧିତ୍ୱ କରିବେ। ଏହି ସଫଳତା ଖେଳାଳିଙ୍କ ଅତୁଟ ନିଷ୍ଠା, କଠିନ ପରିଶ୍ରମ ଏବଂ ଅସାଧାରଣ ଦକ୍ଷତାକୁ ପ୍ରତିଫଳିତ କରୁଛି, ଯାହା ସେମାନଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବାରେ ସମର୍ଥ କରିପାରିଛି।
ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତୀୟ ଦଳ ସହ ଏହି ୪ ଜଣ ଜିମ୍ନାଷ୍ଟ ସେପ୍ଟେମ୍ବର ପହିଲାରୁ ପ୍ୟାରିସରେ ହେବାକୁଥିବା ଜାତୀୟ ବୈଦେଶିକ ପରିଦର୍ଶନ ଶିବିରରେ ଯୋଗ ଦେଇ ଅନ୍ତର୍ଜାତୀୟ ପରିସ୍ଥିତିରେ ପ୍ରଶିକ୍ଷଣ ଏବଂ ପ୍ରତିଦ୍ୱନ୍ଦ୍ୱିତା କରିବାର ବିରଳ ଅଭିଜ୍ଞତା ହାସଲ କରିବେ।
ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି) ର ମୁଖ୍ୟ ପ୍ରଶିକ୍ଷକ ଅଶୋକ କୁମାର ମିଶ୍ରଙ୍କୁ ମଧ୍ୟ ପ୍ୟାରିସରେ ଆୟୋଜିତ ହେବାକୁଥିବା ଜାତୀୟ ବୈଦେଶିକ ପରିଦର୍ଶନ ଶିବିର ପାଇଁ ମନୋନୀତ କରାଯାଇଛି, ଯାହା ବିଶ୍ଵସ୍ତରରେ ଭାରତର ପ୍ରଶିକ୍ଷଣ ଉତ୍କର୍ଷତାକୁ ଅଧିକ ସୁଦୃଢ଼ କରିଛି।
ଏହି ଉପଲବ୍ଧି ବିଶ୍ୱସ୍ତରୀୟ ପ୍ରତିଭାର ବିକାଶ ଏବଂ ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ ମଞ୍ଚରେ ଭାରତର ଉପସ୍ଥିତିକୁ ଆଗକୁ ବଢ଼ାଇବା ପାଇଁ ଓଡ଼ିଶା ଏଏମ୍/ଏନ୍ ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଏଚପିସିର ସମର୍ପିତ ମନୋଭାବକୁ ପ୍ରତିଫଳିତ କରୁଛି।

0
0
0
s2sdefault