ହେଡଲାଇନସ୍:

ବୃଦ୍ଧ ମତ୍ସ୍ୟଜୀବୀ ଙ୍କର ନଦୀରେ ବୁଡି ମୃତ୍ୟୁ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହିଞ୍ଜିଳି : ହିଞ୍ଜିଳି ଥାନା ଅନ୍ତର୍ଗତ କାଞିଆମ୍ମା ଗାଁ ରେ ପ୍ରବାହିତ ରୁଷିକୁଲ୍ୟା ନଦୀରେ ବୁଡି ଲିଙ୍ଗରାଜ ବେହେରା ନାମକ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ଲିଙ୍ଗରାଜ ର ଘର ସେହି କାଞିଆମ୍ମା ଗ୍ରାମରେ ଓ ସେ ସବୁ ଦିନ ଭଳି ନଦୀକୁ ମାଛ ଧରିବାକୁ ଯାଇ ବହୁତ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ ଓ ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇନଥିବା ବେଳେ ଅପରାହ୍ନରେ ଗାଁ ର କିଛି ଲୋକ ଗାଧୋଇବା ପାଇଁ ଯାଇ ଲିଙ୍ଗରାଜ ପୋଖରୀ କୂଳରେ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଓ ଗାଁ ର କିଛି ଲୋକ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପରେ ମୃତ ଲିଙ୍ଗରାଜ ର ପତ୍ନୀ କୁମାରୀ ବେହେରା ଥାନା ରେ ଅଭିଯୋଗ କରିଥିଲେ। ପୋଲିସ୍ ଅଭିଯୋଗ ଗ୍ରହଣ କରି ମାମଲା ନଂ ୨୧/୨୫ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

0
0
0
s2sdefault