ବରପାଲି_- ୩୧-୦୮-୨୦୨୫- ବରଗଡ ଜିଲ୍ଲା ବରପାଲି ଆଶିର୍ବାଦ କଲ୍ୟାଣ ମଣ୍ତପ ଠାରେ ନିଖିଳ ଉତ୍କଳ କୁଲି ମେହେର ସମାଜ ର ରାଜ୍ୟ ସ୍ତରୀୟ ମହାସଭା ମାଁ କରମ୍ ସାନୀ ଓ ସମଲେଇଙ୍କ ପୂଜାର୍ଚ୍ଚନା ପରେ ବହୁଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ମହାସଭାରେ ବରଗଡ଼,ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର ଜିଲ୍ଲାରୁ ବାରଶହ ରୁ ଉର୍ଧ୍ୱ କୁଲି ଜାତି ସମାଜର ଭାଇ ଓ ଭଉଣୀ ଯୋଗଦାନ କରିଥିଲେ । ଏହି ମହାସଭାରେ କୁଲି ଜାତିର ପୂର୍ବତନ ସଭାପତି ଶ୍ରୀଯୁକ୍ତ ସଡାନନ ମେହେର ୯୫ ବର୍ଷ ବୟସରେ ଯୋଗଦାନ କରି ଜାତି ଭାଇଙ୍କୁ ଉତ୍ସ୍ୟାହିତ କରିଥିଲେ।କାର୍ଯ୍ୟକାରି ସଭାପତି ତିଲାରାମ ମେହେରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାରେ ବରଗଡ଼ ଜିଲ୍ଲା ସଭାପତି ଶ୍ରୀ ମଧୁସୁଦନ ମେହେର, ସମ୍ପାଦକ ଶ୍ରୀ ସୁଦାମ ମେହେର ଓ ଅନ୍ୟ ସଦସ୍ୟ, ବୌଦ୍ଧ ଜିଲ୍ଲା ସଭାପତି ଶ୍ରୀ ଗୋବର୍ଦ୍ଧନ ମେହେର,ଝାରସୁଗୁଡ଼ା ଜିଲ୍ଲା ସଭାପତି ଶ୍ରୀ ବିନୋଦ ମେହେର, ସମ୍ବଲପୁର ଜିଲ୍ଲାର ଶ୍ରୀ ରିଙ୍କୁ ମେହେର, ଅନୁଗୁଳ ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ମେହେର ଯୋଗଦାନ କରିଥିଲେ । ପୁର୍ବ ରାଜ୍ୟ ସ୍ତରୀୟ କମିଟୀ ର କାର୍ଯ୍ୟକାଳ ଗତ ତା.୧୮-୦୬-୨୦୨୫ରେ ସମାପ୍ତ ହୋଇଯାଇଥିବାରୁ ନୂତନ କାର୍ଯ୍ୟକର୍ତାଙ୍କ ଚୟନ ଏହି ମହାସଭାରେ କରାଯାଇଥିଲା । ଏହି ସଭାରେ ଆଗାମୀ ୩ ବର୍ଷ ପାଇଁ ଶ୍ରୀ ଦଶରଥ ମେହେର ସଭାପତି, ଶ୍ରୀ ରାମ ମେହେର ଓ ଶ୍ରୀ ଜଗବନ୍ଧୁ ମେହେର,ଉପସଭାପତି, ଶ୍ରୀ ପୁରନ ମେହେର ସମ୍ପାଦକ, ଶ୍ରୀ ଘନଶ୍ୟାମ ମେହେର ଓ ପ୍ରଫୁଲ୍ଲ ମେହେର ସହ-ସମ୍ପାଦକ ଓ ଶ୍ରୀ ମନୋରଞ୍ଜନ ମେହେରଙ୍କୁ କୋଷାଧକ୍ଷ ଭାବରେ ଚୟନ କରାଯାଇଅଛି । ଉପଦେଷ୍ଟା ମଣ୍ଡଳୀରେ ଶ୍ରୀ ଡୋଲାମଣି ମେହେରଙ୍କୁ ମୂଖ୍ୟ ଉପଦେଷ୍ଟା ଭାବରେ ଚୟନ କରାଯାଇଥିବା ବେଳେ ଶ୍ରୀ ତିଲରାମ ମେହେର, ଶ୍ରୀ ପ୍ରହଲ୍ଲାଦ ମେହେର, ଶ୍ରୀ ସାଧୁରାମ ମେହେର, ଗୋବର୍ଦ୍ଧନ ମେହେର ଓ ଗଜ ମେହେରଙ୍କୁ ଉପଦେଷ୍ଟା ମଣ୍ତଳୀ ରେ ଚୟନ କରାଯାଇଛି । ଶ୍ରୀମତୀ କଲ୍ୟାଣୀ ମେହେର, ଶ୍ରୀମତୀ ସୁଜାତା ମେହେର, ଶ୍ରୀମତୀ ଚୁମକି ମେହେର,ଶ୍ରୀ ହେମନ୍ତ ମେହେର, ଶ୍ରୀ ଗୋବର୍ଦ୍ଧନ ମେହେର, ବିନୋଦ ମେହେର ଓ କପିଳ ମେହେରଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବରେ ଚୟନ କରାଯାଇଛି । ନୂତନ କମିଟି ଗଠନ ପରେ ସଭାରେ ଆଗାମୀ ଦିନର ବିଭିନ୍ନ ଗଠନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ସଭା ଶେଷରେ ଶ୍ରୀ ତିଲରାମ୍ ମେହେରଙ୍କ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା। ନବ ନିର୍ବାଚିତ ସଦସ୍ୟ ଙ୍କ ଏକ ବିରାଟ ଶୋଭାଯାତ୍ରା କୁସନପୁରୀ ଗ୍ରାମରେ ଆୟୋଜିତ ହୋଇଥିଲା ।
ରାଜ୍ୟ
ନିଖିଳ ଉତ୍କଳ କୁଲି ମେହେର ସମାଜ ର ରାଜ୍ୟ ସ୍ତରୀୟ ମହାସଭା
- Hits: 11