ଭୁବନେଶ୍ୱର, ଜୁଲାଇ ୧୯: ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍)ରେ ବୁଧବାର ଚତୁର୍ଦ୍ଧଶ ସ୍ୱାମୀନାଥନ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି ।
ଆୟୋଜିତ ବକ୍ତୃତାମାଳାରେ ଉତରବଙ୍ଗ କୃଷି ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା କୃଷି ସମ୍ପ୍ରସାରଣ ବିଜ୍ଞାନୀ ଭାବେ ପରିଚୟ ସୃଷ୍ଟି କରିଥିବା ଓଡ଼ିଆ ବୈଜ୍ଞାନିକ ପ୍ରଫେସର ଡକ୍ଟର କୋ÷ଶିକ ପ୍ରଧାନ ମୁଖ୍ୟ ଆଲୋଚକ ଓ ବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ ମଣିଷ ସମାଜର ବ୍ୟକ୍ତିଗତ ଓ ପାରିବାରିକ ଜୀବନ ପରିବେଶ ପରିବର୍ତନ ଦ୍ୱାରା ପ୍ରଭାବିତ । ଦୈନନ୍ଦିନ ଜୀବନରେ ଦେଖାଯାଉଥିବା ବ୍ୟବହାର, କ୍ରୋଧ, ଶାନ୍ତ ସ୍ୱଭାବ ଇତ୍ୟାଦି ପରିବେଶ ଓ ବିଶ୍ୱ ତାପନ ଦ୍ୱାରା କିଛି ମାତ୍ରାରେ ନିୟନ୍ତ୍ରିତ ହେଉଛି ବୋଲି ସେ କହିଛନ୍ତି ।
ପ୍ରଫେସର ପ୍ରଧାନ ଭାରତୀୟ କୃଷି ସମ୍ଫ୍ରସାରଣ ବିଜ୍ଞାନ ତଥା ପରିବେଶ ପରିବର୍ତନ ଭିତିକ କୃଷି ବିଷୟରେ ବକ୍ତବ୍ୟ ରଖିଥିଲେ ।
ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବକ୍ତୃତାମାଳାର ସଂଯୋଜକ ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଫେସର ବିବୁଧ ପରାଶର ଧନ୍ୟବାଦ ଦେଇଥିଲେ । ଡ. ରାଜୀବ କୁମାର ବେହେରା ଉତ୍ସବ ପରିଚାଳନା କରିଥିଲେ ।