ହେଡଲାଇନସ୍:

ଜିଲ୍ଲା ଯୁବ ସମାବେଶ  ଉଦଯାପିତ: ହକିର ରଙ୍ଗରେ ରଙ୍ଗୀନ ହେଲା ସାରା ପରିବେଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ୱର,(ଉଜ୍ଜ୍ୱଳ କର) : ବାଲେଶ୍ୱରଠାରେ ଜିଲ୍ଲା ଯୁବ ସମାବେଶ ଉଦଯାପିତ  ହୋଇଯାଇଛି । ରବିବାର  ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ପରିସରରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା, ଶିଳ୍ପ ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ  ଭାବେ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ବାଲେଶ୍ୱର ସାଂସଦ  ଇଂ ରବୀନ୍ଦ୍ର କୁମାର ଜେନା, ମାନ୍ୟବର ସଦର ବିଧାୟକ ଶ୍ରୀ ଜୀବନ ପ୍ରଦୀପ ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ମହାନ୍ତି, ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାନସ ରଞ୍ଜନ ପାଢୀ, ପିଡି ଡିଆରଡିଏ ଶ୍ରୀ ତ୍ରିଲୋଚନ ପ୍ରଧାନ, ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର ପ୍ରମୁଖ ଯୋଗ ଦେଇ ମୁଁ ହିରୋ କାର୍ଯ୍ୟକ୍ରମର ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ । ଏଥି ସହିତ ବିଗତ ତିନି ଦିନ ଧରି ଚାଲିଥିବା ଜିଲ୍ଲା ଭଲିବଲ ଓ ଦୌଡକୁଦ ପ୍ରତିଯୋଗିତାର ବିଜୟୀ କ୍ରୀଡାବିତମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଭଲିବଲରେ ଜିଲ୍ଲାର ୧୨ଟି ବ୍ଲକରୁ ୧୨ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚରେ ରେମୁଣା ବ୍ଲକକୁ ହରାଇ ଜଳେଶ୍ୱର ବ୍ଲକ ଚାମ୍ପିଅନ ହୋଇଥିଲା । ୧ଶହ ମିଟର ଦୌଡରେ ସୋର ବ୍ଲକର ଶ୍ରୀ ସନ୍ତୋଷ ପାତ୍ର ପ୍ରଥମ, ବସ୍ତା ବ୍ଲକର ଶ୍ରୀ ଅବିନାଶ ମାଝୀ ଦ୍ୱିତୀୟ ଓ ନୀଳଗିରି ବ୍ଲକର ଆଶିଷ ସିଂ ତୃତୀୟ ସ୍ଥାନ ହାସଲ କରିଥିଲେ । ୨ଶହ ମିଟର ଦୌଡରେ ସୋର ବ୍ଲକର ଶ୍ରୀ ସନ୍ତୋଷ ପାତ୍ର ପ୍ରଥମ, ବସ୍ତା ବ୍ଲକର ଶ୍ରୀ ଅଞ୍ଜନ କୁମାର ଜେନା ଦ୍ୱିତୀୟ ଏବଂ ନୀଳଗିରି ବ୍ଲକର ଶ୍ରୀ ଉମାକାନ୍ତ ସାମଲ ତୃତୀୟ ସ୍ଥାନ ଲାଭ କରିଥିଲେ । ସେହିପରି ୪ଶହ ମିଟର ଦୌଡରେ ସିମୁଳିଆ ବ୍ଲକର ଶ୍ରୀ ରାକେଶ ସାହୁ ପ୍ରଥମ, ବାହାନଗା ବ୍ଲକର ଶ୍ରୀ ମାନସ କୁମାର ମଲ୍ଲିକ ଦ୍ୱିତୀୟ ଏବଂ ସଦର ବ୍ଲକର ଶ୍ରୀ ନିର୍ମଳ କୁମାର ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଭଲିବଲ ଏବଂ ଦୌଡକୁଦ ପ୍ରତିଯୋଗିତାରେ ୨ଶହରୁ ଉଦ୍ଧ୍ୱର୍ କ୍ରୀଡାବିତ୍ ଅଂଶଗ୍ରହଣ କରିଥିବା ବେଳେ  ସଫଳ ଦଳ ଓ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏଥିରେ ପରିବେଷଣ କରାଯାଇଥିବା ନୂଆ ପୁରୁଣା ସଙ୍ଗୀତ ସହିତ ଓଡିଶୀ ନୃତ୍ୟରେ ଦର୍ଶକ ବିଭୋର ହୋଇ ଉଠିଥିଲେ । ପରେ ବିଶ୍ୱକପ ପୁରୁଷ ହକି ଫାଇନାଲର ସିଧା ପ୍ରସାରଣକୁ ବିଶାଳ ଏଲଇଡି ସ୍କ୍ରିନ ଯୋଗେ ଦର୍ଶକ ଉପଭୋଗ କରିଥିଲେ । ଖେଳ ଶେଷ ହେବା ଯାଏଁ ଜନସାଧାରଣ କ୍ରୀଡାର ମଜା ଉଠାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀର ୧୫୦୦ ସଦସ୍ୟ-ସଦସ୍ୟା ଯୋଗ ଦେଇଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା, ବିଜୁ ଯୁବ ବାହିନୀର ଜିଲ୍ଲା ସଂଯୋଜକ ଶ୍ରୀ ବିଶ୍ୱମ୍ବର ପ୍ରହରାଜ ପ୍ରମୁଖ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୁବାଷ ନିଆଲ ମଂଚ ପରିଚାଳନା କରିଥିଲେ ।

0
0
0
s2sdefault