ଜଗତସିଂହପୁର,ତା ୨୨.୦୬.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଅଳସୁଧାସ୍ଥିତ ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ପୋକ୍ସୋ ଆଇନ, କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଏବଂ ସୁରକ୍ଷା) ଆଇନ, ୨୦୧୫ ଓ ପୀଡ଼ିତା କ୍ଷତିପୂରଣ ଯୋଜନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ, ସହକାରୀ ଆଇନ ସହାୟତା ପ୍ରତିରକ୍ଷା ଓକିଲ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବରିଷ୍ଠ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରୀମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ଵାଗତ ଭାଷଣ ଦେଇଥିଲେ । ଏହା ପରେ ଆଇନ ସେବା ପ୍ରାଧିକରଣ ସଚିବ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପୋକ୍ସୋ ଆଇନ ଅନୁଯାଇ ଶିଶୁମାନଙ୍କ ସହ ହେଉଥିବା ଯୌନ ଅପରାଧ ପାଇଁ ଜାତୀୟ ଆଇନ ସେବା ପ୍ରାଧିକରଣର ନିର୍ଦେଶ କ୍ରମେ ଓଡିଶା ପୀଡ଼ିତା କ୍ଷତିପୂରଣ ଯୋଜନା କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନା ଅନୁଯାଇ ଯୌନ ଶୋଷଣର ଶିକାର ହେଉଥିବା ସମସ୍ତ ଶିଶୁଙ୍କୁ ଆର୍ଥିକ କ୍ଷତିପୂରଣ ରାସୀ ପ୍ରଦାନ କରାଯାଇଥାଏ । ଏହି କ୍ଷତିପୂରଣ ରାସୀ ଦୁଇଟି କିସ୍ତିରେ ପ୍ରଦାନ କରାଯାଇଥାଏ । ଏତିଲା ଦାଏର ହେବା ପରେ ପ୍ରଥମ କିସ୍ତି ଦିଆଯାଉଥିବାବେଳେ ଦ୍ଵିତୀୟ କିସ୍ତି ମୋକଦମ ସରିଲା ପରେ ଦିଆଯାଏ । ଏହା ପରେ ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ କହିଥିଲେ ଯେ ଶିଶୁମାନଙ୍କ ସହ ଦୁଷ୍କର୍ମ କରୁଥିବା ୧୮ ବର୍ଷରୁ ଉର୍ଦ୍ଧ ଦୁଷ୍କର୍ମୀଙ୍କୁ ପୋକ୍ସୋ ଆଇନ ଅନୁଯାଇ ଫାଶୀ କିମ୍ବା ଆଜୀବନ ଦଣ୍ଡରେ ଦଣ୍ଡିତ କରାଯାଇ ଜୋରିମାନାର ମଧ୍ୟ ବ୍ୟବସ୍ତା ଅଛି । ତେଣୁ ଯୁବପିଢିମାନେ ଏହି ଅପରାଧରୁ ନିବୃତ ରହିବା ଉଚିତ । ସେହିପରି ସହକାରୀ ଆଇନ ସହାୟତା ପ୍ରତିରକ୍ଷା ଓକିଲ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଏବଂ ସୁରକ୍ଷା) ଆଇନ, ୨୦୧୫ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ପୋକ୍ସୋ ଓ କିଶୋର ନ୍ୟାୟ ଆଇନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
- Hits: 12