ହେଡଲାଇନସ୍:

ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ତରଫରୁ ରଥଯାତ୍ରାରେ ଶୁଖିଲା ଖାଦ୍ଯ ଓ ପାଣି ବଣ୍ଟନ ପାଇଁ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ, ୨୨/୬- ପୁରୀଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ମଙ୍ଗଳ ମଣ୍ଡପ ଅବକାଶ ଲେନ ପକ୍ଷରୁ ରବିବାର ପୂର୍ବାହ୍ନରେ ସର୍ବୋଦୟ ନଗର ସ୍ଥିତ ଶିରିଡି ସାଇ ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ରଥଯାତ୍ରାରେ ଶୁଖିଲା ଖାଦ୍ଯ, ପାଣି ବଣ୍ଟନ ଓ ପ୍ରାଥମିକ ଚିକିତ୍ସା ପାଇଁ ଆଲୋଚନା ଓ ନିଷ୍ପତ୍ତି ହୋଇଥିଲା । ସୁରକ୍ଷା ମଞ୍ଚର ସଭାପତି ରବିନାରାୟଣ ପ୍ରହରାଜ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ କୃର୍ତ୍ତିବାସ କାମଲା ବରିଷ୍ଠ ନାଗରିକ ମାନଙ୍କ ଅଭାବ ଅସୁବିଧା ଓ ଅଧିକାର ସଂପର୍କରେ ମତବ୍ଯକ୍ତ କରିଥିଲେ । କାର୍ଯ୍ଯକାରୀ କମିଟିର ସହ ସମ୍ପାଦକ ଗୋପୀନାଥ ମହାନ୍ତି,ଯୋଜନ ସମନ୍ବୟ କମିଟିର ଅଧ୍ୟକ୍ଷ ଡଃ ମନୋଜ କୁମାର ସାମନ୍ତରାୟ, ଉପାଧ୍ୟକ୍ଷ ଜଗତବନ୍ଧୁ ପଟ୍ଟନାୟକ, ବିଭୁତି ଭୂଷଣ ପଟ୍ଟନାୟକ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ମୁଖ୍ଯ ପରାମର୍ଶଦାତା ଭୀମସେନ ପଣ୍ଡା, କୋଷାଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ କମିଟିର ସଭ୍ଯ ସଂଗ୍ରାମ କେଶରୀ ମିଶ୍ର, ସୁଧାକର ପ୍ରଧାନ, ରାଜକିଶୋର ସାସମଲ ପ୍ରମୁଖ ଯୋଗଦେଇ ଶ୍ରୀଗୁଣ୍ଡିଚା ଓ ବାହୁଡା ଯାତ୍ରାରେ ସେବା କାର୍ଯ୍ଯକୁ କିପରି ଆଗେଇ ନେବେ ସେ ସମ୍ପର୍କିତ ଆଲୋଚନା କରିଥିଲେ । ଏହି ବୈଠକରେ ଜିଲାର ଶତାଧିକ ବରିଷ୍ଠ ନାଗରିକ ଉପସ୍ଥିତ ରହିଥିଲେ ।

0
0
0
s2sdefault