ହେଡଲାଇନସ୍:

‘ପେଥାଇ’ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା : ଉପକୂଳ ଓଡିଶାକୁ ବି ଭିଜାଇବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଭୟଙ୍କର ଘୂର୍ଣ୍ଣିଝଡ ‘ପେଥାଇ’ ଘୂର୍ଣ୍ଣିଝଡରେ ପରିଣତ ହେବା ପରେ ଦୁର୍ବଳ ହୋଇ ସୋମବାର ଅପରାହ୍ଣ ସୁଦ୍ଧା ଆନ୍ଧ୍ରପ୍ରଦେଶ ଉପକୂଳ ବିଶାଖାପାଟଣାର ଦକ୍ଷିଣରେ ପ୍ରବେଶ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ୟୁନିଭର୍ସିଟିର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସୃଷ୍ଟ ଘୂର୍ଣ୍ଣିଝଡ ସୋମବାର ସକାଳ ୮.୩୦ ସମୟରେ ଦକ୍ଷିଣ ପଶ୍ଚିମ ଗୋପାଳପୁର ଠାରୁ ୪୮୦ କିମି ଦୂରରେ ରହିଥିଲା ଏବଂ ଏହା ଉତର ଦିଗରେ ଗତି କରୁଥିବା ବେଳେ ଉତରପୂର୍ବ ଦିଗ ଆଡ଼କୁ ମୁହାଁଇବାର ସମ୍ଭାବନା ଥିବା ସିଇସି ନିର୍ଦ୍ଦେଶକ  ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି । 

‘ପେଥାଇ’ ପ୍ରଭାବରେ ଆସନ୍ତା ୨୪ ଘଂଟା ମଧ୍ୟରେ ଓଡ଼ିଶାର ଅଧିକାଂଶ ଜିଲ୍ଲା ଯଥା କୋରାପୁଟ, ମାଲକାନ୍ଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼ ଏବଂ ପୁରୀରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି କଳାହାଣ୍ଡି, ନବରଙ୍ଗପୁର, ଜଗତସିଂହପୁର, କେନ୍ଦ୍ରପଡ଼ା, ଖୋର୍ଦ୍ଧା, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ଡିସେମ୍ବର ୧୭ ଓ ୧୮ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

ଏହି ସମୟରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପବନର ବେଗ ଘଂଟା ପ୍ରତି ୫୦ ରୁ ୬୦ କିମି ରହିବାର ସମ୍ଭାବନା ଥିବା ବେଳେ ଉପକୂଳବର୍ତୀ ଅଂଚଳରେ ପବନର ବେଗ ଘଂଟା ପ୍ରତି ୩୦ରୁ ୫୦ କିମି ରହିବ । 

ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଏବଂ ମେଘୁଆ ପାଗ ଯୋଗୁଁ ଶୀତର ପ୍ରକୋପ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ବୃଦ୍ଧି ପାଇବ ।

 

 

0
0
0
s2sdefault