ହେଡଲାଇନସ୍:

ଜିଲ୍ଲା ଦାବି ନେଇ କ୍ରିୟାନୁଷ୍ଠାନ କମିଟି  ଗଣଧାରଣାରେ ସାମିଲ ହେଲା  କିନ୍ନର ସମାଜ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟିଲାଗଡ଼(ସୁନୀଲ ବେହେରା ) ଟିଟିଲାଗଡ଼କୁ ଜିଲ୍ଲା ଆମର ଦାବି, ସରକାର ତୁମେ ମାନିନିଅ, ନବୀନ ବାବୁ ହାଏ ହାଏ ଆଦି କିନ୍ନରଙ୍କ ସ୍ଲୋଗାନରେ କମ୍ପି ଉଠିଛି ଟିଟିଲାଗଡ଼ । ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ  କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ  କାଳ ପାଇଁ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ତାଲା ପକାଇ ଆରମ୍ଭ କରିଥିବା ଗଣଧାରଣାକୁ ସମର୍ଥନ ଜଣାଇ ଆଜି ଟିଟିଲାଗଡ଼ କିନ୍ନର ସମାଜର କର୍ମକର୍ତ୍ତା ଓ ସଭ୍ୟ ଆନେ୍ଦାଳନରେ ସାମିଲ ହୋଇଛନ୍ତି । କିନ୍ନର୍ ସମାଜର ସଭାପତି ମଧୁ ନାଏକଙ୍କ ନେତୃତ୍ୱରେ ପଦ୍ମନାଭପୁର ଛକ ଠାରୁ ଶତାଧିକ କିନ୍ନର ବାଜା ଗାଜା ସହ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ଧାରଣା ସ୍ଥଳରେ ପହଞ୍ଚିଥିôଲେ । ସେଠାରେ ଜିଲ୍ଲା ଦାବି ସମ୍ପର୍କୀତ ଗୀତ ଆଧାରରେ ନୃତ୍ୟ ପରିବେଷଣ କରି ଦାବି ଉପସ୍ଥାପନ କରିଥିଲେ । କ୍ରିୟାନୁଷ୍ଠାନ  କମିଟିର ଆବାହକ କୃଷ୍ଣଚନ୍ଦ୍ର ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇବା ପରେ କିନ୍ନର ସମୁହ ଗଣଧାରଣାରେ ବସିଥିଲେ । ଏହି ଅବସରରେ ଜିଲ୍ଲା ଦାବି ସମ୍ପର୍କୀତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ସହାୟକ ଜିଲ୍ଲାପାଳ ଦେବାଶୀଷ ସାମଲକୁ ପ୍ରଦାନ କରାଯାଇଥିଲା । ଗଣଧାରଣାରେ ଉପସଭାପତି ଧନିଆ ନାଏକ, ସମ୍ପାଦକ ବିଜୟ ନାଏକ, ବିଜୟ ବେହେରା, ଦିବାନୀ ବେହେରା, ପରି ବାଗ, ରୂପା ବେହେରା, ନନ୍ଦିନୀ ବେହେରା, ଶୁଧା ସୁନା, ରିତା ପଟେଲ, ମିନା ପରିଡା, ଦୀପା ଟାଡ଼ି, ଜୁଲି ବାଗ, ସରିତା ବେହେରା, ସୀମା ସୁନା, ଗୌରୀ ମାଝୀ, କାଜଲ ଠେଲା, ବାସନ୍ତି ବାଗ, ବିଦୁସ୍ମିତା ବିଶି, ତପ ପଟେଲ, ଜ୍ୟୋତ୍ସ୍ନା  ବାଗ, ଗୀତା ତାଣ୍ଡି, ଭାର୍ଗବୀ ପ୍ରଧାନ, ବର୍ଷା ବାଗ, ନୀସା ବାଗ, ଶାନ୍ତି ସାହୁ, ଗୀତା ଦର୍ଜୀ, ଡଲି ବାଗ, କବିତା ସୁନା, ବିନ୍ଦିୟା ସୁନା, ରିତୁ ମାଝୀ, ସୁଦାମ ସୁନା, ସନ୍ଧ୍ୟା ସୁନା, ବାସନ୍ତି ବାଗ, ତବୁ ତାଣ୍ଡି, ପ୍ରିୟଙ୍କା  ବାଗ, ପ୍ରିୟଙ୍କା ଗଉଡ଼ ପ୍ରମୁଖଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ । ସେମାନେ ତାଙ୍କ ପ୍ରତିକ୍ରିୟାରେ ଟିଟିଲାଗଡ଼ ଜିଲ୍ଲା ଦାବିକୁ ସରକାର ମାନି ନେବାକୁ ଗୁହାରୀ କରିଥିଲେ । ଦାବୀ ପ୍ରତି ଅଣଦେଖା କଲେ ଆଗାମୀ ଦିନରେ ଭୁବନେଶ୍ୱର ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରି ସରକାରକୁ ଉଠବସ କରି ଦେବୁ ବୋଲି ଚେତାବନୀ ଦେବା ସହ ଜିଲ୍ଲା ଦାବି ଶେଷ ପର୍ଯ୍ୟନ୍ତ କିନ୍ନର ସମାଜର ସମର୍ଥନ ରହିବ ରହିବ ବୋଲି କହିଥିଲେ । ଅପରପକ୍ଷେ ଓକିଲ ସଂଘ ଦାବିକୁ ସମର୍ଥନ ଜଣାଇ ଆରମ୍ଭ କରିଥିବା କାର୍ଯ୍ୟବନ୍ଦ ଆନେ୍ଦାଳନ ମଧ୍ୟ ଆଜି ୪୪ ଦିନରେ ପହଞ୍ଚିଛି । ଅନ୍ୟପଟେ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଠପ୍ ହୋଇ ପଡ଼ିଥିବାରୁ ଜନସାଧାରଣ ନାନାଦି ଅସୁବିଧାର ସମ୍ମୁଖିନ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଇ ସରକାରଙ୍କ ଯୋଜନାକୁ ସଫଳ କରିବା ପାଇଁ ରାତିଅଧରେ କାର୍ଯ୍ୟାଳୟ ଖୋଲି କାର୍ଯ୍ୟ ସମ୍ପାଦନ କରୁଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି । ଫଳସ୍ୱରୁପ କେଉଁ ସମୟରେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା  ଆଶଙ୍କାକୁ ଏଡ଼ାଇ ଦିଆ ଯାଇନପାରେ । 

 

 

 

0
0
0
s2sdefault