ହେଡଲାଇନସ୍:

କଳିଙ୍ଗନଗର ପୁସ୍ତକମେଳାରେ ଶିଶୁ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

(ବ୍ୟାସନଗରରୁ ବିଶ୍ୱଜିତ୍ ମାଝି)

ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକମେଳାରେ "ବଉଳଫୁଲ' ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ଏକ ଶିଶୁ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ  ହୋଇଯାଇଛି । ବିଶିଷ୍ଟ ସାହିତି୍ୟକ ମାୟାଧର ନାୟକ ଏହାକୁ ଉଦ୍ଘାଟନ କରିଥିଲେ । "ବଉଳଫୁଲ'ର ସମ୍ପାଦିକା ଶ୍ରୀମତୀ ବ୍ରଜେଶ୍ୱର ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଡ. କୁଶଚନ୍ଦ୍ର ପ୍ରଧାନ ଓ ପୁସ୍ତକମେଳାର ଉପସଭାପତି ଡ. ଅକ୍ଷୟ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁ ସାହିତ୍ୟିକମାନେ ସମାଜ ଗଠନର କୁମ୍ଭକାର, ସେମାନେ ସମାଜକୁ ଉଚିତ୍ ମାର୍ଗଦର୍ଶନ କରିବାକୁ ମତବ୍ୟକ୍ତ କରିଥିଲେ । ପରେ କବିତା ପାଠୋତ୍ସବରେ କବି ଶରତ ଚନ୍ଦ୍ର ଦାଶ ଓ ବିକାଶ ଦାସ କବିତାଗୁଡ଼ିକୁ ସଂଯୋଜନା କରିଥିଲେ । ଏଥିରେ କବି ଅଶୋକ ଖିଲାର, ଗୁଣନିଧି ଗୁରୁ, ଅଶୋକ ମହାରଣା, ଅଜୟ କୁମାର ଖୁଣ୍ଟିଆ, ବିଜୟଲକ୍ଷ୍ମୀ ମହାପାତ୍ର, ରୀନା ମହାପାତ୍ର, ଲବଙ୍ଗଲତା ପରିଡ଼ା, ନିର୍ମଳ ରାଉତ, ହିରଣ୍ମୟୀ ମହାନ୍ତି, ମଧୁସ୍ମିତା ନାୟକ, ଧରିତ୍ରୀ ଦାସ, ସୁଦାମଚରଣ ନାୟକ, ଦୟାନିଧି ଦାଶ, ଯୁଗପ୍ରଭା ସାବତ, ବନ୍ଦନା ସାହୁ, ଯୋଗେନ୍ଦ୍ର ନାଥ ସାହୁଙ୍କ ସମେତ ୫୦ରୁ ଊଦ୍ଧ୍ୱର୍ କବି କବୟିତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ କବି ଶରତ ଦାଶ ଧନ୍ୟବାଦ ଦେଇଥିଲେ ।

0
0
0
s2sdefault