ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ
ସମ୍ଭାବ୍ୟ ଝଡବର୍ଷା "ପେଥେଇ" ପ୍ରଭାବରେ ଗଜପତି ଜିଲ୍ଲାରେ ଆସନ୍ତା ଦୁଇ ଦିନ ଧରି ହେବାକୁ ଥିବା ସମ୍ଭାବ୍ୟ ଝଡବର୍ଷା ପାଇଁ ଚାଷୀ, ଜନସାଧାରଣ ଓ ଆସନ୍ନ ପ୍ରସବ ମାଆ ମାନଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଆଜି ପାରଳାଖେମୁଣ୍ଡି ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅନୁପମ ସାହା ଏବଂ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ପି.ଡି ଡିଆରଡିଏ ଚଞ୍ଚଲ ରାଣା ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି । ସମ୍ଭାବ୍ୟ ଝଡବର୍ଷା ପେଥାଇ ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇଛି । ଜିଲ୍ଲାରେ ଥିବା ସମସ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି । ବିପଦ ସଂକଳୁ ଅବସ୍ଥାରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ପାଇଁ ବିଡିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟରେ ଆଶ୍ରୟ ନେଇଥିବା ଲୋକଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା ପାଇଁ ପ୍ରଧାନଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଏ ପର୍ଯ୍ୟନ୍ତ ଅମଳ ହୋଇନଥିବା ଧାନଶସ୍ୟ ବର୍ଷାରେ କ୍ଷତି ନହେବା ପାଇଁ ଏଆରସିଏସ, ଆରଏମସି ସମ୍ପାଦକ ଏବଂ ପିଏସିଏସ ସଂପାଦକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ଆସନ୍ନ ପ୍ରସବ ଥିବା ୮୦ ମହିଳାଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଚିହ୍ନଟ କରାଯାଇଥିବା ବେଳେ ଆଶା, ଅଙ୍ଗନଵାଡି କର୍ମୀ,ସ୍ୱାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ମାଆ ଗୃହକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଏନଡିଆରଏଫ, ଏସିଆରଏଫର ୨ଟି ଦଳ ଆଜି ଅପରାହ୍ନ ୩ଟାରେ ଜିଲ୍ଲାରେ ପହଞ୍ଚି ଗୋଟିଏ ଦଳ କାଶୀନଗର ଏବଂ ଅନ୍ୟ ଏକ ଦଳ ପାରଳାଖେମୁଣ୍ଡି ସଦର ମହକୁମା ଠାରେ ମୃତୟନ କରାଯିବ । ସେହିଭଳି ତିତିଲିରେ ମରାମତି ହୋଇଥିବା ରାସ୍ତା ଗୁଡିକ ପ୍ରତି ଅଧିକ ଧ୍ୟାନ ଦେବା ପାଇଁ ସମସ୍ତ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ବିଗତ ତିତିଲିରେ ନଷ୍ଟ ହୋଇଥିବା ଘର ମାନଙ୍କରେ ଯେଭଳି କେହି ଜନସାଧାରଣ ବସବାସ କରିବେ ନାହିଁ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ମୋହନା ବ୍ଲକ ପ୍ରଶାସନ ମଧ୍ୟ ସମ୍ଭାବ୍ୟ ଝଡ ପେଥାଇର ମୁକାବିଲା ପାଇଁ ସମସ୍ତ ପ୍ରକାରେ ପ୍ରସ୍ତୁତ ରହିଥିବା ଜଣାପଡିଛି । କୌଣସି ଧନ ଜୀବନ ଯେପରି କ୍ଷତିଗ୍ରସ୍ତ ନାହିଁ ସେଥିପ୍ରତି ପ୍ରଶାସନ ସଜାଗ ରହିଥିବା ଏବଂ ଜନସାଧାରଣଙ୍କୁ ସଜାଗ କରାଯାଉଥିବା ବ୍ଲକ ଉନ୍ନୟନ ଅଧିକାରୀ ବଂଶିଧର ଖୋସଲା ସୂଚନା ଦେଇଛନ୍ତି ।