ଭୁବନେଶ୍ୱର -ସଂସଦ ଓ ସମସ୍ତ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ନୀତିଗତ ସମର୍ଥନ ଲୋଡ଼ି ବିଜେଡିର ପ୍ରତିନିଧି ଦଳ ଶନିବାର ମହାରାଷ୍ଟ୍ରରେ ଏନସିପି ଓ ଶିବସେନାକୁ ଭେଟିଥିଲେ । ବିଜେଡି ତରଫରୁ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବଦ୍ରୀ ନାରାୟଣ ପାତ୍ର ଓ ବରିଷ୍ଠ ବିଜେଡି ନେତା ଅରୁପ ପଟ୍ଟନାୟକ ଏନସିପି ସଭାପତି ଶ୍ରୀ ଶରଦ ପାୱାରଙ୍କୁ ତାଙ୍କର ପୁନେସ୍ଥିତ ବାସଭବନରେ ଭେଟି ବିଜୁ ଜନତା ଦଳ ସଭାପତି ଲେଖିଥିବା ପତ୍ର ହସ୍ତାନ୍ତର କରିଥିଲେ । ଶ୍ରୀ ପାୱାର ଏ ପ୍ରସଂଗରେ ସକାରାତ୍ମକ ମନ୍ତବ୍ୟ ପ୍ରଦାନ ସହ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏହି ଉଦ୍ୟମକୁ ସ୍ୱାଗତ ଓ ପ୍ରଶଂସା କରିଥିଲେ । ସେ ଏହି ଅବସରରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କର ରହିଥିବା ସଂପର୍କ ନେଇ ସ୍ମୃତିଚାରଣ କରିଥିଲେ ।
ସେହିପରି ବିଜେଡି ସାଂସଦ ଶ୍ରୀ ବଳଭଦ୍ର ମାଝୀ ଓ ବରିଷ୍ଠ ନେତା ଶ୍ରୀ ଅରୂପ ପଟ୍ଟନାୟକ ମଧ୍ୟ ମୁମ୍ବାଇରେ ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାୱତଙ୍କୁ ଭେଟି ସଂସଦ ଓ ସମସ୍ତ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିବା ଲାଗି ନୀତିଗତ ସମର୍ଥନ ଲୋଡ଼ି ବିଜୁ ଜନତା ଦଳ ସଭାପତି ଲେଖିଥିବା ପତ୍ର ହସ୍ତାନ୍ତର କରିଥିଲେ । ଶ୍ରୀ ରାଉତ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ପ୍ରତିନିଧି ଦଳଙ୍କୁ କହିଥିଲେ । ତତ୍ସହିତ ଏଥିନେଇ ଶିବସେନା ସଭାପତି ଶ୍ରୀ ଉଦ୍ଧବ ଠାକରେଙ୍କ ସହିତ ଆଲୋଚନା କରିବେ ବୋଲି ଶ୍ରୀ ରାଉତ ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ ଯେ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକତୃତୀୟାଂଶ ଅ ।ସନ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାନସଭାର ଶୀତକାଳୀନ ଅଧିବେଶନରେ ସଂକଳ୍ପ ଅ ।ଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ସହଯୋଗ ଲୋଡ଼ିଥିଲେ । ଏହାସହ ବିଭିନ୍ନ ରାଜ୍ୟର ଓ କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ସହଯୋଗ ଲୋଡ଼ିଥିଲେ । ଏହାପରେ ସଂସଦରେ ଏହି ପ୍ରସ୍ତାବକୁ ସମର୍ଥନ ପାଇଁ ବିଜେଡି ପକ୍ଷରୁ ୭ଟି ଜାତୀୟ ଦଳ ଓ ୧୫ଟି ଆଂଚଳିକ ଦଳକୁ ଭେଟିବାର ନିଷ୍ପତି ନିଅ ।ଯାଇଥିଲା । ଏ ବାବଦରେ ବିଭିନ୍ନ ଦଳର ସମର୍ଥନ ଲୋଡିବା ପାଇଁ ବିଜେଡିର ୨୧ ଟି ପ୍ରତିନିଧି ଦଳ ରାଜ୍ୟ ବାହାରକୁ ଯାଇ ବିଭିନ୍ନ ଦଳର ନେତା ମାନଙ୍କୁ ଭେଟୁଛନ୍ତିି ।