ବିଜାହାନ, ୪ ଜୁନ୍ ୨୦୨୫: ବିଶ୍ୱ ପରିବେଶ ଦିବସର ଅବସରରେ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆଜି ବିଜାହାନ କୋଇଲା ଖଣି ପ୍ରକଳ୍ପ ମାଧ୍ୟମରେ ବିଜାହାନ, ଭୋଗ୍ରାକଚର, ଝାରପାଲମ୍ ଏବଂ ଗିରିସିମା ଗ୍ରାମର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରଭାବଶାଳୀ ପରିବେଶ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା ଯୁବପିଢ଼ୀ ଏବଂ ଗୋଷ୍ଠୀ ମଧ୍ୟରେ ପରିବେଶ ସୁରକ୍ଷା ପ୍ରତି ଗଭୀର ବୁଝାମଣା ଏବଂ ସଚେତନତା ବଢ଼ାଇବା। ଏଥିରେ ୧୨୦ରୁ ଅଧିକ ଉତ୍ସାହୀ ଛାତ୍ରଛାତ୍ରୀ ଚିତ୍ରାଙ୍କନ, ସ୍ଲୋଗାନ ଲିଖନ ଏବଂ ପରିବେଶ ବିଷୟ ପ୍ରଶ୍ନୋତର ଭଳି ବିଭିନ୍ନ ପ୍ରତିଯୋଗିତାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଆକର୍ଷଣ ଥିଲା ଛାତ୍ରଛାତ୍ରୀଙ୍କ ଦ୍ୱାରା ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ସୃଜନଶୀଳ ପ୍ରୟାସ । ସେମାନେ ନିଜର ଚିତ୍ରାଙ୍କନ ମାଧ୍ୟମରେ ପରିବେଶ ଉନ୍ନତି ଏବଂ ସ୍ଥାୟୀ ଅଭ୍ୟାସର ଗୁରୁତ୍ୱ ବିଷୟରେ ଗୁରୁତ୍ୱପୂର୍ଣ୍ଣ ବାର୍ତା ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସକ୍ରିୟ ଉପସ୍ଥିତି ପରିବେଶ ପ୍ରତି ଗୋଷ୍ଠୀ ସମର୍ଥନକୁ ପ୍ରତିଫଳିତ କରିଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ପଂଚାୟତ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏହା ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ବିଜାହାନ ପ୍ରକଳ୍ପ ଆଖାପାଖର ଗୋଷ୍ଠୀ ମଧ୍ୟରେ ସହଯୋଗ ଭାବନାକୁ ପ୍ରଦର୍ଶିତ କରିଥିଲା।
ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ନିଜ କାର୍ଯ୍ୟକ୍ଷେତ୍ରରେ ପରିବେଶ ସୁରକ୍ଷା ପ୍ରତି ଦାୟିତ୍ୱବୋଧ ପ୍ରତିପାଦନ କରିବାକୁ ପ୍ରତିଶ୍ରୁତିବଦ୍ଧ । ବିଶ୍ୱ ପରିବେଶ ଦିବସ ଏକ ଉତମ ପ୍ଲାଟଫର୍ମ ହୋଇଛି ପରବର୍ତୀ ପିଢ଼ିକୁ ସଶକ୍ତ କରି ଏକ ସୁସ୍ଥ ପୃଥିବୀ ପାଇଁ ପ୍ରେରଣା ଦେଉଛି। ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ଉତ୍ସାହ ଏବଂ ସୃଜନଶୀଳତା ପ୍ରକୃତରେ ପ୍ରେରଣାଦାୟକ, ଏବଂ ସେମାନଙ୍କର ପ୍ରୟାସ ଏହି ଗ୍ରାମଗୁଡ଼ିକରେ ପରିବେଶ ସଚେତନତା ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ରାଜ୍ୟ
ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ବିଜାହାନ ପ୍ରକଳ୍ପରେ ଗୋଷ୍ଠୀ ସମ୍ପୃକ୍ତି ସହ ବିଶ୍ୱ ପରିବେଶ ଦିବସ ପାଳିତ
- Hits: 30