ହେଡଲାଇନସ୍:

ଦେ "ବଟି" ନେଇଁ ହେଲେ ଯା "ଉଠି" !!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସଇଁତଳା- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ବୁଢାବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି ଲତା କୁମ୍ଭାର ଯିଏ କି ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟ ଯୋଗୁଁ ପୁରସ୍କୃତ ହୋଇଛନ୍ତି ତାଙ୍କ ବିରୋଧରେ ଦୀର୍ଘ ତିନି ଚାରି ମାସ ହେବ ନାଏବ ସରପଞ୍ଚଙ୍କ, ସରପଞ୍ଚଙ୍କୁ ଉନ୍ନତି ମୂଳକ କାର୍ଯ୍ୟ ଉପରେ ରାଜ୍ୟସ୍ୱ ସରକାରଙ୍କ ପାଣ୍ଠିରୁ ଆସୁଥିବା ଅନୁଦାନ ବଟି ଆଦାୟ କରିବା ପାଇଁ ସରପଞ୍ଚଙ୍କୁ ବଟି ମାଗୁଥିଲେ ବୋଲି ଅଭିଯୋଗ ହେଉଥିଲା | । ସରପଞ୍ଚ ବଟି ନ ନଦେବାରୁ, ନାଏବ ସରପଞ୍ଚ କିଛି ୱାର୍ଡ ସଭ୍ୟ ସଭ୍ୟାଙ୍କୁ ଉସୁକାଇ, ଭୟଭିତ, ଲୋଭ ଲାଳସା ଦେଖାଇ ଅନାସ୍ଥାପ୍ରସ୍ତାବ ଆଣିଲେ। ନାଏବ ସରପଞ୍ଚ ବିଜୟ କୁମାର ସେଲମା ଜାତିଆଣ ଭେଦଭାବ ରଖି ଆସୁଥିଲେ, ସରପଞ୍ଚ ଶ୍ରୀମତୀ ଳତା କୁମ୍ଭାର ଜଣେ ଦଳିତ ଓ ମହିଳା ହୋଇଥିବାରୁ ତାଙ୍କ ପଦବୀକୁ କୁଚକ୍ରାନ୍ତ କରି ହାତେଇବା ପାଇଁ ବିଗତ ଦୁଇ ତିନି ବର୍ଷ ପୂର୍ଵରୁ ମୈତ୍ରୀକ ଭାବ ରଖିଥିଲେ। କିନ୍ତୁ ବର୍ତ୍ତମାନ ବଟି ନ ଦେବାରୁ ଫାଟ ସୃଷ୍ଟି ହୋଇଛି ବୋଲି ଅଭିଯୋଗ। ଶୁଣିବାକୁ ମିଳୁଛି ଯେ ସରପଞ୍ଚଙ୍କ ସ୍ୱାମୀ ଜଣେ ସଇଁତଲା ବ୍ଲକ ତଥା ବଲାଙ୍ଗୀର ଜିଲ୍ଲାର ଭଦ୍ରବ୍ୟକ୍ତି ଅଟନ୍ତି। ସେ ଜଣେ ଅବସରପ୍ରାପ୍ତ ସରକାରୀ ଶିକ୍ଷକ, ସମାଜ ସେବା, ଉଦାରବାଦ ଲେକ ଅଟନ୍ତି। ତାଙ୍କ ବୟସ ପ୍ରାୟ 72 ହେବ, ପ୍ରାୟ 02 ବର୍ଷ ହେବ ରୋଗରେ ପୀଡ଼ିତ ଅଛନ୍ତି। ସରପଞ୍ଚଙ୍କ ସ୍ୱାମୀ 03 ବର୍ଷ କାର୍ଯ୍ୟର କାଳ ଭିତରେ ସେ କେବେ ହେଲେ ସରପଞ୍ଚଙ୍କ କାମରେ ସହଯୋଗ ତଥା ହସ୍ତକ୍ଷେପ କରିବା, ଗ୍ରାମ ପଞ୍ଚାୟତର ଅଫିସ୍ କୁ ଆସି ବସିବା ତଥା ପଞ୍ଚାୟତର ସମିତି ଅଫିସ୍ (ସଇଁତଳା) କୁ ପଞ୍ଚାୟତ କାର୍ଯ୍ୟ ପାଇଁ ଯିବା ଦେଖିବାକୁ ମିଳି ନାହିଁ, ତଥା ପଞ୍ଚାୟତରାଜ ଉନ୍ନତି ମୂଳକ କାର୍ଯ୍ୟ ତଥା ଜନକଲ୍ୟାଣକାରି ଆଦି କାର୍ଯ୍ୟର ବାଧାବିଘ୍ନ ସାଜି ନାହାନ୍ତି। ସେ ଏହି ବୃଦ୍ଧା ବୟସ ତା ସଂଗେ ସଂଗେ ଋଗ୍ ଣ ଅବସ୍ଥାରେ କାହାକୁ ଜୀବନରୁ ମାରି ଦେବା ପାଇଁ ଧମକ ଦେବା ଏବଂ ମାଡ ମାରିବା ପାଇଁ କହିଥିବା କଥା, ତାଙ୍କ ସ୍ୱାମୀ ବିରୁଦ୍ଧରେ କରିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଓ କାଳ୍ପନିକ। ଏହି ସବୁ ବିଜୟ କୁମାର ସେଲମା (ନାଏକ ସରପଞ୍ଚ) ଦ୍ବାରା ରଚିତ କରାଯାଇଛି ବୋଲି ଅଭିଯୋଗ।
ଯାହା ମାଧ୍ୟମରେ ସରପଞ୍ଚଙ୍କ ସ୍ୱାମୀ କୁ ଲୋକ ହିଂସା କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି, ଗଣମାଧ୍ୟମରେ ଚର୍ଚା ର ବିଷୟ ପାଲଟିଛି। ଯାହା ଦ୍ବାରା ପ୍ରଶାସନ ଏହାର ଉଚିତ ରୁ ଉଚିତ ତଦନ୍ତକରି ଦୋଷୀ ବିରୁଦ୍ଧରେ ଦୃଢ ରୁ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ବୁଦ୍ଧିଯିବି ମହଲରେ ତୀବ୍ର ପ୍ରକାଶ ପାଇଛି।

0
0
0
s2sdefault