ହେଡଲାଇନସ୍:

ଅବକାରୀ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୦୬.୦୬.୨୦୨୫/ସୁମନ୍ତ କୁମାର ଦାସ: ଆଜି ସକାଳ ୧୦ ଘଟିକା ସମୟ ରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ର ନୂତନ ସମ୍ମିଳନୀ କକ୍ଷରେ ଏକ ସ୍ବାସ୍ଥ୍ୟ ଶିବିର ଏବଂ ଜିଲ୍ଲା ସ୍ତରୀୟ କର୍ମଶାଳା , ସ୍ୱାସ୍ଥ୍ୟ ବିଭାଗ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ସମାପନ ହୋଇଛି। ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଉଦ୍ଘାଟିତ କରି ମଦ୍ୟପାନ ତଥା ତମାଖୁ ସେବନ ର କୁପରିଣାମ ସଂପର୍କ ରେ ସଚେତନ କରାଇଥିଲେ । ଅତିରିକ୍ତ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ପ୍ରମୋଦ କୁମାର ବାରିକ ସ୍ୱାସ୍ଥ୍ୟ ରକ୍ଷା ର ବିଭିନ୍ନ ନିୟମ ବିଷୟ ରେ ପରାମର୍ଶ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବା ଦିଗରେ ଜିଲ୍ଲା ଅବକାରୀ ଅଧିକ୍ଷୀକା ଅନିତା ପ୍ରଧାନ, ତଥା ସ୍ୱାସ୍ଥ୍ୟ ବିଭାଗ ର ଅନ୍ୟ ଉପରିସ୍ଥ ଅଧିକାରୀ ଙ୍କ ସମେତ ଅବକାରୀ ବିଭାଗର କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯକ୍ରମରେ ଆଶାକର୍ମୀ, ଛାତ୍ର ଛାତ୍ରୀ ଏବଂ ସଧାରଣ ଜନତା ମାନେ ମଧ୍ୟ ଉପସ୍ଥିତ ଥିଲେ।

0
0
0
s2sdefault