ବିଶ୍ବ ପରିବେଶ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ,୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକଙ୍କ ନେତୃତ୍ୱରେ ଗୁରୁବାର ସକାଳେ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ସ୍ଥାନୀୟ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ସଚେତନ ଧର୍ମି ଶ୍ଳୋଗାନ ପ୍ରଦାନ କରିଥିଲେ ।
ପରେ ଓଡ଼ଗାଁ ପଲିଟେକନିକ୍ ଶିକ୍ଷାନୁଷ୍ଠାନରେ ଓଡ଼ଗାଁ ବନବିଭାଗ ଏବଂ ଚାଲୁକ୍ ଆଇନ୍ ସେବା ପ୍ରାଧିକରଣ ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କରିଥିଲେ । ଏଥିରେ ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସଂଘମିତ୍ରା ଶର୍ମା ଅଂଶଗ୍ରହଣ କରିଥିବା ବେଳେ ପଲିଟେକନିକ୍ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ. ବନବିହାରୀ ମହାନ୍ତି ଯୋଗ ଦେଇଥିଲେ । ଏଥିସହିତ ଓଡ଼ଗାଁ ବନାଞ୍ଚଳ ଅଧିକାରୀଙ୍କ ସହିତ ଆଇନଜିବି, ଶିକ୍ଷାନୁଷ୍ଠାନର ଅଧ୍ୟାପିକା ଅଧ୍ୟାପକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସେହିପରି ରାଧାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଓଡ଼ଗାଁ ଠାରେ ବିଶ୍ବ ପରିବେଶ ଦିବସ ଉପଲକ୍ଷେ ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ସହକାରୀ ଶିକ୍ଷକ ପରମାନନ୍ଦ ଦଳେଇ, ଶିକ୍ଷୟିତ୍ରୀ ନିର୍ଲିପତା ପତି ଏବଂ ଜସସ୍ମିନୀ ମହାପାତ୍ର ପ୍ରମୁଖ ଛାତ୍ରୀ ମାନଙ୍କ ସହିତ ଜଳବାୟୁ ପରିବର୍ତ୍ତନର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ ।

0
0
0
s2sdefault