ବେଆଇନ ବାଲି ଚାଲାଣ, ୨ ହାଇଓ୍ବା ଜବତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ବୁଧବାର ରାତିରେ ସ୍ବତନ୍ତ୍ର ପାଟ୍ରୋଲିଂ କରୁଥିବା ବେଳେ କଣ୍ଟିଲୋ ଠାରୁ ଗଞ୍ଜାମ ଜିଲ୍ଲାକୁ ବେଆଇନ ଭାବେ ଚାଲାଣ ହେଉଥିବା ୨ ବାଲି ବୋଝେଇ ହାଇଓ୍ବାକୁ ବାହାଡାଝୋଲା ନିକଟରୁ ଜବତ୍ କରି ୨ ଗୋଟି ପୃଥକ୍ ମାମଲା ରୁଜୁ କରିଛନ୍ତି । ମାମଲା ନମ୍ବର ୧୬୨/୨୫ ରେ ଓଡି ୨୫ ପି ୫୧୫୬ ନମ୍ବର ହାଇଓ୍ବା ଜବତ୍ ହୋଇଥିବା ବେଳେ ମାମଲା ନମ୍ବର ୧୬୩/୨୫ ଓଡି ୨୫ ଏଫ୍ ୦୬୬୬ ନମ୍ବର ହାଇଓ୍ବା ଜବତ୍ କରି ପୋଲିସ ଅନୁସନ୍ଧାନ ଜାରି ରଖିଛି । ହାଇଓ୍ବା ୨ ନୟାଗଡ଼ ବସନ୍ତ ବିହାରର ସୁକାନ୍ତ ମହାପାତ୍ରଙ୍କର ବୋଲି ଜଣାଯାଇଛି ।

0
0
0
s2sdefault