ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ରୋଡ଼ ନିକଟରେ ଥିବା ବହୁପୁରାତନ ମା' ଭଗବତୀ ରାଜରାଜେଶରୀଙ୍କ କୟାଁ ବ୍ୟାଘ୍ରଦେବୀ ମନ୍ଦିର ନୂତନ ପ୍ରାସାଦ ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଚଳିତ ଜୁନ ୪ ତାରିଖ ୨୦୨୫ ରୁ ୯ ତାରିଖ ୨୦୨୫ ଦୀର୍ଘ ୬ ଦିନ ଧରି ହେବ।
ସେଥିନିମିତ୍ତ ଆଜି ଯଥା ନିତି ରିତି ଓ ଶାସ୍ତ୍ରାନୁସାରେ ମନ୍ଦିର ସମ୍ମୁଖରେ ଶୁଭ ସୁମ୍ଭ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ତାଙ୍କ ସହଧର୍ମିଣୀ ମଧୁସ୍ମିତା ନାୟକ ଉପସ୍ଥିତ ଥିଲେ । କର୍ତ୍ତା ଭାବେ ବଳରାମ ଦାସ ଏବଂ ତାଙ୍କ ସହଧର୍ମିଣୀ ବିଜୟ ଲକ୍ଷ୍ମୀ ପାଢ଼ୀ ଥିଲେ। ଶୁଭ ସ୍ତମ୍ଭ ସ୍ଥାପନ ପୂର୍ବରୁ ମନ୍ଦିର କର୍ମକର୍ତ୍ତା ମାନେ ନିକଟ କୁଲାଡ ବ୍ୟାଘ୍ରଦବୀ ମନ୍ଦିରରୁ ଆଜି ପ୍ରତ୍ୟୁଷରୁ ଆଜ୍ଞାମାଳ ଧରି ଏକ ଶୋଭାଯାତ୍ରାରେ ଭଞ୍ଜନଗର ଭେଜିପୁଟ୍ ଶ୍ରୀଶ୍ରୀଶ୍ରୀ ଗୁପ୍ତେଶ୍ବର ଶିବ ମନ୍ଦିରରେ ପହଞ୍ଚି ଥିଲେ। ଏହା ପରେ ଶିବ ମନ୍ଦିର ଠାରୁ ପୁଣି ଶୋଭାଯାତ୍ରା ବାହାରି ଭେଜିପୁଟ, ଷ୍ଟେଟ ବ୍ୟାଙ୍କ ଛକ, ହାଇସ୍କୁଲ, ଖାଲାସିସାହି, ମେଇନରୋଡ, ଥାନା ଛକ,ବସଷ୍ଟାଣ୍ଡ ହୋଇ କୟାଁ ବ୍ୟାଘ୍ରଦୀ ମନ୍ଦିରରେ ପହଞ୍ଚିଥିଲା। ଏହାପରେ ପୂଜା ପାଠ ପରେ ଶୁଭ ସ୍ତମ୍ଭ ସ୍ଥାପନ ହୋଇଥିଲା। ଏହି ସମୟରେ ମନ୍ଦିର ପରିଚାଳନା କମିଟି ସଭାପତି ଗୋପାଳ ପାଣିଗ୍ରାହୀ, ସମ୍ପାଦକ ଶ୍ରୀରାମ ପ୍ରସାଦ ପାଳ, ମୁରଲୀଧର ପଣ୍ଡା, ଏନ୍. ଏ .ସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ପ୍ରମୋଦ ଦଳବେହେରା, ସୁବାସ ପ୍ରଧାନ, ଡି ଚେଲପତି ରାଓ, ମନୋଜ ପଟ୍ଟନାୟକ, ଏମପି ପ୍ରତିନିଧୂ ସନ୍ତୋଷ ତିଆଡି,ରାଘବ ଆଚାର୍ଯ୍ୟ, ରାମକୃଷ୍ଣ ପଣ୍ଡା, ପି.ହେମନ୍ତ କୁମାର ରାଓ, ଉଦୟନାଥ ପଣ୍ଡା, ବାଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଭଞ୍ଜନଗରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ସମୟରେ କୁଲାଡରୁ ମାଁ ବ୍ୟାଘ୍ର ଦେବୀ ଙ୍କ ଅସ୍ଥାୟୀ ପ୍ରତିମା କୁ ଶୋଭାଯାତ୍ରାରେ ଅଣାଯାଇଥାଏ। ଏହାପରେ ସହର ପ୍ରବେଶ ଦ୍ଵାରରେ ଥିବା କୟାଁ ବ୍ୟାଘ୍ର
ଦେଵୀ ମନ୍ଦିର ଠାରେ ଦେବୀ କିଛି ସମୟ ବିଶ୍ରାମ ନେବାପରେ ପୁଣି ସହରରେ ହୋଇଥିବା ଅସ୍ଥାୟୀ ମଣ୍ଡପ ଅଭିମୁଖେ ବିରାଟ ଶୋଭାଯାତ୍ରା ରେ ବାହାରିଥାନ୍ତି। ତେଣୁ କୟାଁ ବ୍ୟାଘ୍ରଦେବୀ ମନ୍ଦିର ଏକ ପ୍ରସିଦ୍ଧ ମନ୍ଦିର ଭାବେ ପରିଚିତ। ଅନେକ ଙ୍କ କହିବା ଅନୁସାରେ ସାରା ସହରର ତଥା ଆଖ ପାଖ ଅଞ୍ଚଳ ଅନେକ ଦୁରାରୋଗ୍ୟ କୁ ଭଲ କରିଥାନ୍ତି ମାଁ। ଶହ ଶହ ବର୍ଷ ପୂର୍ବେ ଘଞ୍ଚ ଜଙ୍ଗଲ ରେ ପରିପୂର୍ଣ ଥିବା ସହରରେ ଅନେକ ଦୁରାରୋଗ୍ୟ ଓ ଅଶରିରି ମାନଙ୍କ ପ୍ରାଦୁର୍ଭାବ ମାତ୍ରାଧିକ ଥିଲା। ସେଥିରୁ ପ୍ରତ୍ୟକ୍ଷ ଭାବରେ ମାଁ କୟାଁ ବ୍ୟାଘ୍ରଦେଵୀ ସମସ୍ତ ଜନସାଧାରଣ ଙ୍କୁ ରକ୍ଷା କରୁଥିଲେ। ସେଥିନିମିତ୍ତ ମାଁ କୟାଁ ବ୍ୟାଘ୍ରଦେଵୀ ଏ ସମଗ୍ର ଭଞ୍ଜନଗର ସହର ପାଇଁ ପ୍ରତ୍ୟକ୍ଷ। ତେଣୁ ତାଙ୍କରି ପୂଜା ବିଧି, ବିଧି ବିଧାନ ଓ ନିଷ୍ଠାର ସହିତ ହେବା ଆବଶ୍ୟକ। ଏଥି ସକାଶେ ମାଙ୍କ ପୂଜାର୍ଚ୍ଚନା ପାଇଁ ସମସ୍ତ ଜନସାଧାରଣ ସଜାଗ। କିନ୍ତୁ କିଛିବର୍ଷ ପୂର୍ବେ ରାସ୍ତା ସମ୍ପ୍ରସାରଣ ଯୋଗୁ ମନ୍ଦିରର ଅଧା ଅଂଶ ଭଙ୍ଗା ଯାଇଥିଲା। ଫଳରେ ନୂତନ ମନ୍ଦିର ପ୍ରାସାଦ ର୍ନିମାଣ ଆବଶ୍ୟକ ପଡ଼ିଥିଲା। ତେଣୁ ମନ୍ଦିର କର୍ମକର୍ତ୍ତା ମାନେ ପୂର୍ବତନ ସ୍ଥାନୀୟ ବିଧାୟକ ଆରୁଖ ଙ୍କ ସହଯୋଗ କାମନା କରିଥିଲେ ୨ ବର୍ଷ ପୂର୍ବେ। ଏନେଇ ପୁର୍ବତନ ବିଧାୟକ ଆର୍ଥକ ବ୍ୟବସ୍ଥା କରିବା ପରେ ମନ୍ଦିର କାମ ଅଗ୍ରଗତି ହୋଇଥିଲା ଏବଂ ସ୍ଥାନୀୟ କିଛି ବଦାନ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଅର୍ଥ ର ସହଯୋଗ କରିଥିଲେ। ତଥାପି ମନ୍ଦିର ର ଅନେକ କାମ ଆହୁରି ବାକି ରହି ଯାଇଥିଲା। ନବ ର୍ନିବାଚିତ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏନେଇ ଜାଣିବା ପରେ ବ୍ୟକ୍ତିଗତ ଭାବେ ମନ୍ଦିର ର ଉନ୍ନତୀ ପାଇଁ ଅର୍ଥ ଦାନ କରିବା ସହ ସରକାରୀ ଅନୁଦାନ ପ୍ରଦାନ ବ୍ୟବସ୍ଥା ମଧ୍ୟ କରାଇଥିଲେ । ଆଗାମୀ ଦିନରେ ମଧ୍ୟ ଉକ୍ତ ମନ୍ଦିର ର ଉନ୍ନତୀ ପାଇଁ ଅର୍ଥ ଦାନ କରିବା ସହ ସରକାରୀ ଅନୁଦାନ ପ୍ରଦାନ ବ୍ୟବସ୍ଥା ମଧ୍ୟ କରାଇଥିଲେ। ଏବଂ ମନ୍ଦିରର ଉନ୍ନତି ପାଇଁ ଯାହା ସହଯୋଗ ଲୋଡ଼ା ତାହା ଯୋଗାଇ ଦେବାପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସମ୍ପାଦକ ଶ୍ରୀରାମ ପ୍ରସାଦ ପାଳ ଏଠାରେ ସୂଚନା ଦେଇଛନ୍ତି। ଆଜିର ପୂଜା ପାଠ ମୁଖ୍ୟ ପୁରୋହିତ ଉପେନ୍ଦ୍ର ମିଶ୍ର, ସିମାଞ୍ଚଳ ତ୍ରିପାଠୀ , ସୁବାସ ଚନ୍ଦ୍ର ମିଶ୍ର, ପୁରୋହିତ ଜୟ କୃଷ୍ଣ ମିଶ୍ର, ପ୍ରମୋଦ କୁମାର ଷଡଙ୍ଗୀ ପ୍ରମୁଖ କରିଥିଲେ।