ପିସିପିଏନଡ଼ିଟି ପରାମର୍ଶଦାତା କମିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର, ତା ୦୨.୦୫.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଜିଲ୍ଲା ସ୍ତରୀୟ ପିସିପିଏନଡ଼ିଟି ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକ ରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି ଲିଙ୍ଗ ନିରୂପଣ କୁ କିଭଳି କଡାକଡି ଭାବରେ ରୋକାଯାଇପାରିବ ସେଥିପାଇଁ ଗୁରୁତ୍ଵା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଥିଲେ I ଏହି ବୈଠକରେ କାର୍ଯ୍ୟକ୍ଷମ ଥିବା ପଞ୍ଜିକୃତ ଅଲ୍ଟ୍ରାସାଉଣ୍ଡ କ୍ଲିନିକ ଗୁଡିକର ସମୀକ୍ଷା କରାଯାଇଥିଲା I ବୈଠକରେ ନୂତନ କ୍ଲିନିକ ପଞ୍ଜୀକରଣ ଓ ନବୀକରଣ ପାଇଁ ଆବେଦନ ହୋଇଥିବା ଦରଖାସ୍ତ ଗୁଡିକ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା I ବୈଠକରେ ପୂର୍ବ ବୈଠକର ବିବରଣୀ ଉପରେ ଆଲୋଚନା କରାଯାଇଥିଲା I ଜିଲ୍ଲା ରେ ଲିଙ୍ଗ ଅନୁପାତ ଅର୍ଥାତ ୧୦୦୦ ପୁଅ ରେ ଝିଅଙ୍କ ସଂଖ୍ୟା (ଜନ୍ମ ସମୟ ) ୮୬୨ ରହିଛି .I ଜଗତସିଂହପୁର ଜିଲ୍ଲା ଏକ ଉପକୂଳବର୍ତ୍ତୀ ଏବଂ ଶିକ୍ଷିତ ଜିଲ୍ଲା ହେବI ସତ୍ତ୍ୱେ ମଧ୍ୟ ଏହାର ଲିଙ୍ଗ ଅନୁପାତ ବହୁତ କମ ରହିଥିବାରୁ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିଥିଲେ I ଏହାକୁ ବଢାଇବା ପାଇଁ ଏବଂ ଜନସଚେତନତା ସୃଷ୍ଟି ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଥିଲେ I ଜିଲ୍ଲା ରେ ଥିବା ଆଶାକର୍ମୀ ମାନଙ୍କୁ ଜନସଚେତନତା କାର୍ଯ୍ୟରେ ନିୟୋଜିତ କରିବା ଏବଂ ସେ ଦିଗରେ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ I ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ତନଖି ହୋଇଥିବା ଅଲ୍ଟ୍ରାସାଉଣ୍ଡ କ୍ଲିନିକ ସେଥିମଧ୍ୟରୁ ଦୁଇଟି କାର୍ଯ୍ୟକ୍ଷମ ଅଲ୍ଟ୍ରାସାଉଣ୍ଡ କ୍ଲିନିକଏବଂ ଗୋଟିଏ ବନ୍ଦ ହୋଇଯାଇଥିବା କ୍ଲିନିକର ତନଖି ରିପୋର୍ଟ ଜିଲ୍ଲପାଳ ତର୍ଜମା କରିଥିଲେ Iତନଖି କାର୍ଯ୍ୟ ନିୟମିତ ଭାବରେ ଜାରି ରଖିବାକୁ ନିର୍ଦେଶ ଦେଇଥିଲେ I ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶତ୍ରୁଘ୍ନ ଦାଶ ସ୍ୱାଗତ ଭାଷଣ ଦେଇଥିଲେ I ବୈଠକରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡା ପ୍ରମୋଦ କୁମାର ବାରିକ , ଜନ ସ୍ୱାସ୍ଥ୍ୟ ଅଧିକାରୀ (ମେଡିକାଲ )ତଥା ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡା ସରୋଜ କୁମାର ଜେନା , ଶିଶୁରୋଗ ବିଶେଷଜ୍ଞ ଡା ରାଜେଶ ମହାନ୍ତି ,ସରକାରୀ ଆଇନ ପରାମର୍ଶଦାତା ଶ୍ରୀ ସଲିଲ କୁମାର ଘୋଷ , ସମାଜ ସେବୀ ଡା ଜ୍ୟୋତିର୍ମୟୀ ମହାନ୍ତି , ବେସରକାରୀ ସଂଗଠନ ଆଶ୍ରା ର ସେକ୍ରେଟେରୀ ଶ୍ରୀ ଅଜୟ ଖୁଣ୍ଟିଆ ଏବଂ ନୂତନ ଭାବରେ ଯୋଗ ଦେଇଥିବା ଡ଼ି ପି ଏ ମ ସୋନାଲି ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ I ଶେଷରେ ଆସିଷ୍ଟାଣ୍ଟ ମ୍ୟାନେଜର ସ୍ୱସ୍ତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I

0
0
0
s2sdefault