ଓଡିଶା ଡିଜିଟାଲ ମିଡ଼ିଆ ତରଫରୁ ପ୍ରେସ ସ୍ୱାଧୀନତା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ରାଜଧାନୀ ଜୟଦେବ ଭବନ ସମ୍ମୁଖରେ ପ୍ରେସ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି | ଓଡିଶା ଡିଜିଟାଲ ମିଡ଼ିଆ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଜିଟାଲ, ଛାପା , ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ବହୁ ସାମ୍ବାଦିକ ଉପସ୍ଥିତ ରହି ଦେଶ ତଥା ରାଜ୍ୟରେ ଗଣମାଧ୍ୟମର ସ୍ୱାଧୀନତା ନେଇ ଆଲୋଚନା କରିଥିଲେ | ପାରମ୍ପରିକ ଢଙ୍ଗରେ ଛେନାପୋଡ଼ କାଟି ଦିବସ ପାଳନ କରାଯାଇଥିବା ସମୟରେ ଗଣମାଧ୍ୟମ ସହ ବନ୍ଧୁ ଭାବରେ ଜଡିତ ବହୁ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |
ସାମ୍ବାଦିକ ସତ୍ୟଜିତ ମହାପାତ୍ର ଙ୍କ ଆବାହକତ୍ୱ ତଥା ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରବି ଦାସ, ରମେଶ ମହାନ୍ତି, କେଦାର ମିଶ୍ର, ସତ୍ୟପ୍ରକାଶ ନାୟକ , ପ୍ରମୋଦ ସାମନ୍ତରା , ସତ୍ୟଜିତ ମିଶ୍ର, ରାଜନେତା ସୁର ରାଉତରାୟ , ସମାଜସେବୀ ପ୍ରକାଶ ଶ୍ରୀଚନ୍ଦନ, ହେମନ୍ତ ମହାନ୍ତି, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ସାମ୍ବାଦିକ ଭାସ୍କର ବେହେରା ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ |

0
0
0
s2sdefault