"ବେଳ ଥାଉ ସତର୍କ ଓ ସଚେତନ ରହିଲେ ଆର୍ଥ୍ରାଇଟିସ ଜନିତ ବିକଳାଙ୍ଗତାକୁ ପ୍ରତିହତ କରିପାରିବା"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ଓଏଆରଏଫଟି ଏବଂ ଓଏଆରସି ପକ୍ଷରୁ ବିଶ୍ୱ ଏଙ୍କିଲୋଜିଂ ସ୍ପୋଣ୍ଡିଲାଇଟିସ୍ ଦିବସ ପାଳିତ


ଭୁବନେଶ୍ୱର, 3 ମଇ 2025: ଓଡିଶା ଆର୍ଥ୍ରାଇଟିସ୍ ଏବଂ ରିୟୁମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ (ଓଏଆରଏଫଟି)ଦ୍ୱାରା ଶୈଳଶ୍ରୀ ବିହାର ଠାରେ ବିଶ୍ୱ ଏଙ୍କିଲୋଜିଂ ସ୍ପୋଣ୍ଡିଲାଇଟିସ୍ ଦିବସ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ, ଓଡ଼ିଶା ଆର୍ଥ୍ରାଇଟିସ୍ ଓ ରିଉମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ (ଓଏଆରଏଫଟି) ଏବଂ ଓଡ଼ିଶା ଆର୍ଥ୍ରାଇଟିସ୍ ଓ ରିଉମାଟୋଲୋଜି ସେଣ୍ଟର (ଓଏଆରସି ) ମିଳିତ ଆନୁକୂଲ୍ୟରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା |
ଏହି ଅବସରରେ ଓଏଆରସିର ମେଡିକାଲ୍ ନିର୍ଦ୍ଦେଶକ ତଥା ରାଜ୍ୟର ଜଣେ ଖ୍ୟାତନାମା ରିଉମାଟୋଲୋଜିଷ୍ଟ୍ ପ୍ରଫେସର ଡାକ୍ତର ଜ୍ୟୋତି ରଞ୍ଜନ ପରିଡା ଓ ଓଏଆରସି ଶୈଳଶ୍ରୀ ବିହାର ଶାଖାର ମୁଖ୍ୟ ପରାମର୍ଶଦାତା, ରିଉମାଟୋଲୋଜିଷ୍ଟ୍ ଡାକ୍ତର ଦେବାଶିଷ ମାଇକାପ୍ ଏହି ରୋଗର ପ୍ରାରମ୍ଭିକ ଚିହ୍ନଟ ଓ ଏହାର ଚିକିତ୍ସାରେ ଅଗ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ। ଯଦି କେହି ଗଣ୍ଠି ଯନ୍ତ୍ରଣାରେ ପୀଡ଼ିତ ଅଛନ୍ତି, ତେବେ ସେମାନେ ଯଥାଶୀଘ୍ର ରିଉମାଟୋଲୋଜିଷ୍ଟଙ୍କ ନିକଟକୁ ଯାଇ ଭଲ ଫଳାଫଳ ଏବଂ ଯନ୍ତ୍ରଣାମୁକ୍ତ ଜୀବନ ପାଇଁ ପରାମର୍ଶ ନେବା ଉଚିତ ବୋଲି ସେମାନେ କହିଥିଲେ।
ପରେପରେ OARFT ପକ୍ଷରୁ OARC ଶୈଳଶ୍ରୀ ବିହାର ପରିସରରୁ ଡିଏଭି ସ୍କୁଲ୍ ଛକ ପର୍ୟ୍ୟନ୍ତ ଏକ ୱାକାଥନର ଆୟୋଜନ କରାଯାଇଥିଲା। ଏହି ୱାକାଥନକୁ ଭୁବନେଶ୍ୱର ଉତ୍ତର ବିଧାନସଭା ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଉଦଘାଟନ କରିଥିଲେ। ବରିଷ୍ଠ ଚିକିତ୍ସକ ଏବଂ ଭାରତୀୟ ରିଉମାଟୋଲୋଜି ସଂଘ (ଓଡିଶା ଶାଖା) ର ପୂର୍ବତନ ସଭାପତି ଡାକ୍ତର ମନୋଜ ଛୋଟରାୟ ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ଗିରିଜା ଶଙ୍କରଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଲୋକମାନଙ୍କୁ ଏହି ରୋଗ ବିଷୟରେ ସଚେତନ କରାଇଥିଲେ । OARFT ର ପ୍ରତିଷ୍ଠାତା ଚୈତନ୍ୟ ଚନ୍ଦ୍ର ପରିଡା ଏହାର ପରିଚାଳନା କରିଥିଲେ ।
ସୂଚନାଯୋଗ୍ୟ ଯେ, ଏ.ଏସ୍. (ଆକ୍ସିଆଲ୍ ସ୍ପଣ୍ଡିଲୋଆର୍ଥ୍ରାଇଟିସ୍) ରୋଗରେ ବିଶ୍ୱର ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥାନ୍ତି। ଏହି ରୋଗ ଭାରତରେ ପ୍ରତି 100 ଜଣ ଯୁବ ବୟସ୍କଙ୍କ ମଧ୍ୟରୁ 1 ଜଣଙ୍କୁ ହୋଇଥାଏ। ଏହି ରୋଗ ସାଧାରଣତଃ ୨୦ରୁ ୩୦ ବର୍ଷ ବୟସ ମଧ୍ୟରେ ଆରମ୍ଭ ହୁଏ ଏବଂ ଏହାର ଶାରୀରିକ, ଆର୍ଥିକ, ସାମାଜିକ ଏବଂ ମାନସିକ ପ୍ରଭାବ ଥାଏ। ଏହା ସବୁ ବୟସ ଓ ଲିଙ୍ଗର ଲୋକଙ୍କୁ ପ୍ରଭାବିତ କରିପାରେ। ଯଦି ଶୀଘ୍ର ଚିକିତ୍ସା ଆରମ୍ଭ ନ ହୁଏ, ତେବେ ଆର୍ଥ୍ରାଇଟିସରେ ପୀଡ଼ିତ ବ୍ୟକ୍ତିଙ୍କଠାରେ ବିକୃତି ଦେଖାୟାଇପାରେ ଓ ସେମାନେ ଭିନ୍ନକ୍ଷମ ହୋଇପାରନ୍ତି। ପ୍ରତିବର୍ଷ ମେ ମାସର ପ୍ରଥମ ଶନିବାରକୁ ବିଶ୍ୱ ଆକ୍ସିଆଲ୍ ସ୍ପଣ୍ଡିଲୋଆର୍ଥ୍ରାଇଟିସ ଦିବସ ଭାବେ ପାଳନ କରି ଲୋକମାନଙ୍କ ମଧ୍ୟରେ ଏହି ଭିନ୍ନକ୍ଷମ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ।
ଏଏସ୍ ରୋଗର ପ୍ରାଥମିକ ଚିକିତ୍ସା ପାଇଁ ସଚେତନତାର ଅଭାବ ସବୁଠାରୁ ବଡ଼ ବାଧକ ସାଜିଛି। ଏଏସ ରୋଗ ନିର୍ଣ୍ଣୟରେ ବିଶ୍ୱସ୍ତରରେ ୭ ବର୍ଷ ବିଳମ୍ବ ହେବା ଫଳରେ ଅପରିବର୍ତ୍ତିତ ଓ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଆଶ୍ଚର୍ୟ୍ୟର କଥା ହେଉଛି, ମହିଳାମାନଙ୍କର ଏଏସ୍ ରୋଗ ନିର୍ଣ୍ଣୟ କରିବା ପାଇଁ 2 ବର୍ଷ ଅଧିକ ସମୟ ଲାଗିପାରେ। ଏହାର କାରଣ ହେଉଛି ପୁରୁଣା ବିଶ୍ୱାସ ଯେ ଏହି ରୋଗ ମୁଖ୍ୟତଃ ପୁରୁଷମାନଙ୍କୁ ପ୍ରଭାବିତ କରିଥାଏ। ଏଏସ୍ ରୋଗୀମାନଙ୍କ ମଧ୍ୟରୁ ୬୨% ପ୍ରତିଶତ ଲୋକଙ୍କ ପାଖରେ ମନସ୍ତାତ୍ତ୍ୱିକ ସମସ୍ୟାର ଆଶଙ୍କା ଥାଏ।

0
0
0
s2sdefault