ହେଡଲାଇନସ୍:

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଶ୍ରୀ ରଘୁନାଥ ଜିଉ ମନ୍ଦିର ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୭।୪ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ଖାଦ୍ୟ ସାମଗ୍ରୀ ଏବଂ ଗ୍ରାହକ କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥଙ୍କ ଜିଉଙ୍କୁ ଦର୍ଶନ କରି ସୈାଭାଗ୍ୟ ଅର୍ଜନ କରିଥିଲେ । ରବିବାର ମଧ୍ୟାହ୍ନରେ ମନ୍ତ୍ରୀ ଶ୍ରୀ ପାତ୍ର ମନ୍ଦିରେ ପହଁଞ୍ଚି ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କୁ ଦର୍ଶନ କରିଥିଲେ । ପୁଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର ଏବଂ ସମସ୍ତ ସେବାସୀ ମାନେ ମନ୍ତ୍ରୀଙ୍କୁ ଶ୍ରୀ ଜିଉଙ୍କୁ ଦର୍ଶନ କରାଇବା ସହିତ ମନ୍ଦିରର ଐତିହ୍ୟ ସମ୍ପର୍କରେ ଜଣାଇଥିଲେ । ପ୍ରଭୁଙ୍କ ଦର୍ଶନ ସାରି ବେଢା ପରିକ୍ରମା କରିବା ସମୟରେ ଉପସ୍ଥିତ ସେବାସୀ ଓ ଜନସାଧାରଣ ମନ୍ଦିରକୁ ସ୍ବତନ୍ତ୍ର ଭାବେ ଆଲୋକିକରଣ କରିବା ସହିତ କେତେକ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ମନ୍ତ୍ରୀ ସମସ୍ତ ବିଷୟରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ମନ୍ଦିରର ଉନ୍ନୟନ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ କହିଥିଲେ ।

0
0
0
s2sdefault