ହେଡଲାଇନସ୍:

ଓଡିଶା ମାଧ୍ଯମିକ ସ୍କୁଲ ସଂଗଠନ ଜିଲ୍ଲା ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରପାଲି:-ବରପାଲି ଜଗବନ୍ଧୁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପରିସରରେ ଓଡିଶା ମାଧ୍ଯମିକ ସ୍କୁଲ ସଂଗଠନ (ଓଷ୍ଟା)ର ପଞ୍ଚମ ଜିଲ୍ଲା ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଜିଲ୍ଲା ସଭାପତି ନନ୍ଦଲାଲ ନାଏକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପୁର୍ବାହ୍ନରେ ପ୍ରତିନିଧି ପଞ୍ଜିକରଣ କରାଯାଇଥିବା ବେଳେ ବିଘ୍ନରାଜ ଗଣପତୀ ପ୍ରଭୁଙ୍କ ଅତିଥି ମାନଙ୍କ ଦ୍ବାରା ଦୀପ ପ୍ରଜ୍ଜ୍ଵଳନ ଓ ପୂଜାର୍ଚ୍ଚନା ମାଧ୍ୟମରେ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ରାଜ୍ୟ ଓଷ୍ଠା କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ,ରାଜ୍ୟ ଯୁଗ୍ମ-ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ବାଳ, ରାଜ୍ୟ ଉପଦେଷ୍ଟା ସତ୍ୟନାରାୟଣ ତ୍ରିପାଠୀ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସମ୍ପାଦିକା ରଞ୍ଜିତା ମିଶ୍ର ରାଜ୍ୟ ଉପ-ସଭାପତି ଶ୍ରୀକାନ୍ତ ସାହୁ, ପ୍ରମୋଦ କୁମାର ସ୍ବାଇଁ,ରାଜ୍ୟ ସଂପାଦକ ମାଣିକେଶ୍ବର ସ୍ବାଇଁ, ପ୍ରଣବ କୁମାର ଜେନା, ମୃତ୍ୟୁଞ୍ଜୟ ବେହେରା,ସହସମ୍ପାଦକ ଆଶୁତୋଷ ରଥ,ପୂର୍ବତନ ଜିଲ୍ଲା ସମ୍ପାଦକ ହରିନାରାୟଣ ପଣ୍ଡା ,ଅନୁଗୋଳ ସମ୍ପାଦକ ତ୍ରିଲୋଚନ ଦାଶ, କଳାହାଣ୍ଡି ସମ୍ପାଦକ ପ୍ରଭାତ ରଥ,ସୋନପୁର ସଂପାଦକ ସୁଶୀଲ କୁମାର ବିଶି ,ସମ୍ବଲପୁର ସମ୍ପାଦକ ବିଭୂତି ଚାନ୍ଦ, ପ୍ରମୁଖ ମଞ୍ଚାସୀନ ହୋଇଥିଲେ ।ଜିଲ୍ଲା ସର୍ମ ସମ୍ପାଦକ ସଞ୍ଜୟ କୁମାର ସିଂହ ସଂପାଦକୀୟ ବିବରଣୀ ପୂର୍ବକ ଆୟ ବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ ।
ଅତିଥି ମାନଙ୍କୁ ଉପଢୌକନ ଦେଇ ବରଗଡ ଜିଲ୍ଲା ଓଷ୍ଠା ପକ୍ଷରୁ ସମ୍ବନ୍ଧିତ କରାଯାଇଥିଲା । ଜିଲ୍ଲା ଉପସଭାପତି ଅନୁସୟା ଦେବତା ଓ ବ୍ଲକ ସମ୍ପାଦକ ସରୋଜ କୁମାର ସାହୁ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ । ବର୍ତମାନ ପରିସ୍ଥିତିରେ ଚାଲୁଥିବା ସରକାରଙ୍କ ଶିକ୍ଷାନୀତି, ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କ ପ୍ରତି ଚାଲୁଥିବା ପାତର ଅନ୍ତର ନୀତି କାର୍ଯ୍ୟକଳାପକୁ ନେଇ ସଂଘ ନିନ୍ଦା କରିବା ସହ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଥିବା ଶିକ୍ଷକ ମାନଙ୍କ ସମସ୍ୟା, ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରାପ୍ତ କରେଇବା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଯେଉଁମାନଙ୍କର ବୟସ ୪୮ ବର୍ଷ ସେମାନଙ୍କୁ ଟିଜିଟି ସ୍କେଲରେ ଦରମା ମିଳିବ ।ନୂତନ ଗ୍ରାଣ୍ଡ ପାଇଥିବା ବିଦ୍ୟାଳୟ ଗୁଡ଼ିକୁ ସପ୍ତମ ବେତନ ପ୍ରଦାନ ଆଦି ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରି ଏହାର ତୁରନ୍ତ ସମାଧାନ ପାଇଁ ଓଷ୍ଠା ଯୁଦ୍ଧକାଳୀନ ଭିତ୍ତରେ ପ୍ରୟାସ କରିଚାଲିଛି ଓ ଆଗକୁ ମଧ୍ଯ ଶିକ୍ଷକ ମାନଙ୍କ ବିଭିନ୍ନ ଅଧୂକାର ପାଇଁ ଲଢେଇ କରିବ ବୋଲି ମଞ୍ଚାସୀନ।ଏହି ଅବସରରେ ସାମ୍ବିଧାନିକ ନିୟମ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା କରାଯାଇଥାଏ । ଏହି ନିୟମ ଅନୁସାରେ ଆଜି ବରଗଡ଼ ଜିଲ୍ଲା ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସଭାପତି ଭାବେ ତୋରା ବାଳିକା ଉଚ୍ଚ ବିଦ୍ୟାଳୟର ଜଗନ୍ମୟି ମିଶ୍ର, କାର୍ଯ୍ୟକାରୀ ସଭାପତି ଦେବାନନ୍ଦ ବିଶି, ଉପସଭାପତି ଭାବେ ଟୋପ ହାଇସ୍କୁଲର ଅନୁସୟା ଦେବତା, ଭେଡେନ ବ୍ଲକର ରୁଦ୍ରଦେବ ସାହୁ, ଓ ସରଣ୍ଡା ଉଚ୍ଚ ବିଦ୍ୟାଳୟ ର ସଚିଦାନନ୍ଦ ପ୍ରଧାନ,ସମ୍ପାଦକ ଭାବେ ବିଜେପୁର ବ୍ଲକ ବରମୁଣ୍ଡା ହାଇସ୍କୁଲର ସଞ୍ଜୟ ସିଂହ,ଯୁଗ୍ମ ସମ୍ପାଦକ ଭାବେ ମହଲା ହାଇସ୍କୁଲର ସରୋଜ ସାହୁ,ଅମାପାଲି ହାଇସ୍କୁଲର ମିନତୀ ମହାପାତ୍ର , କୁଲୁଣ୍ଡା ହାଇସ୍କୁଲର ଯାଦବ ପଧାନ, କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ପ୍ରସନ୍ନ ମେହେର, ଡୋଲାମଣି ତରିଆ,ଋଷଭ ହୋତାଙ୍କୁ ନିର୍ବାଚନ କରାଯାଇ ମଞ୍ଚାସୀନ ରାଜ୍ୟ କାର୍ଯ୍ୟକାରୀ ସଭାପତିଙ୍କ ଦ୍ବାରା ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ, ଅଶୋକ ବିଶ୍ବାଳ, ବାଳମୁକୁନ୍ଦ ସାହୁ, ସରମା ନାଏକ, ତଥା ସମସ୍ତ ଶିକ୍ଷକ ଓ କର୍ମଚାରୀ, ୧୨ଟି ବ୍ଲକର ସମସ୍ତ ଓଷ୍ଠାର କର୍ମକର୍ତ୍ତା ତଥା ବଲାଙ୍ଗିର, ସମ୍ବଲପୁର ଓ ସୁବର୍ଣ୍ଣପୁରର ଜିଲ୍ଲା କର୍ମକର୍ତ୍ତା ମାନେ ଯୋଗଦେଇ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ସଚିଦାନନ୍ଦ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

0
0
0
s2sdefault