ହେଡଲାଇନସ୍:

ଓଡିଶା ରାଜ୍ୟ ନିର୍ବାଚନ ଆୟୁକ୍ତ ଙ୍କ ଦିନିଆ କଳାହାଣ୍ଡି ଗସ୍ତ ଓ ସମୀକ୍ଷା ବୈଠକ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା ୧୬. ୪. ୨୦୨୫ ଓଡିଶା ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢୀ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାର ପଞ୍ଚାୟତି ରାଜ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ସମ୍ୱନ୍ଧୀୟ ସମୀକ୍ଷା କରିଥିଲେ। ଏଥିରେ ତିନୋଟି ଜିଲ୍ଲାର ଖାଲିଥିବା ପି ଆର ଆଇ,ଅର୍ବାନ୍ ଲୋକାଲ ବଡି ସଦସ୍ୟ, ବେଲ଼୍ଟବାକ୍ସ,ଗୋଡାଉନ ର ସ୍ଥିତି, ଗତ ପଞ୍ଚାୟତି ରାଜ ଓ ଅର୍ବାନ୍ ଲୋକାଲ ବଡ଼ି ନିର୍ବାଚନ ରେ ହୋଇଥିବା ଆବଶ୍ୟକ ଖର୍ଚ୍ଚ ଓ ଇଉ ସି ଦାଖଲ ଇତ୍ୟାଦି ସମ୍ପର୍କରେ ନିର୍ବାଚନ ଆୟୁକ୍ତ ଶ୍ରୀ ପାଢି ସମୀକ୍ଷା କରିଥିଲେ। ତିନୋଟି ଜିଲ୍ଲାର ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ନିର୍ବାହୀ ଅଧିକାରୀ ପ୍ରୋଜେକ୍ଟ ର ମାଧ୍ୟମରେ ନିଜ ନିଜ ଜିଲ୍ଲାର ଷ୍ଟାଟସ୍ ରିପୋର୍ଟ ବିଷୟ ରେ ନିର୍ବାଚନ ଆୟୁକ୍ତ ଙ୍କୁ ଅବଗତ କରାଇଥିଲେ। ଆଗାମୀ ପଞ୍ଚାୟତି ରାଜ ନିର୍ବାଚନ କିପରି ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳାର ସହିତ କରାଯାଇପାରିବ ସେ ସମ୍ପର୍କରେ ଜିଲ୍ଲାପାଳ ମାନଙ୍କ ସୁଚିନ୍ତିତ ମତାମତ ରଖିବା ପାଇଁ ନିର୍ବାଚନ ଆୟୁକ୍ତ ପରାମର୍ଶ ଦେଇଥିଲେ। ପଞ୍ଚାୟତ ସ୍ତରୀୟ ଖାଲିପଡିଥିବା ସରପଞ୍ଚ, ୱାର୍ଡ ମେମ୍ବର, ସମିତ ସଭ୍ୟ ନିର୍ବାଚନ ପାଇଁ ଆଗାମୀ ମେ ମାସ 17 ତାରିଖ ସୁଦ୍ଧା ଚୁଡାନ୍ତ ଭୋଟର ତାଲିକା ପ୍ରସ୍ତୁତି କରିବା ପାଇଁ ଓଡିଶା ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ପାଢି ନିର୍ଦ୍ଦେଶ ଦେଇଥିଲେ। ଏହି ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ପ୍ରାରମ୍ଭ ରେ ସମସ୍ତଙ୍କୁ ସ୍ଵାଗତ ଜଣାଇଥିଲେ ।ଏହି ବୈଠକରେ
ଜିଲ୍ଲାପାଳ ବଲାଙ୍ଗୀର ଗୌରବ ଶିବାଜୀ ଇଶଲବାର,ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାସ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)କଳାହାଣ୍ଡି ତନ୍ମୟ କୁମାର ଦରୱାନ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବଇତୁରା ଦୀପ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କଳାହାଣ୍ଡି ଦୟାମୟ ପାଢି,ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନୂଆପଡ଼ା ଲମ୍ବୋଦର ଧାରୁଆ, ପି ଡି, ଡୁଡା ବଲାଙ୍ଗୀର ତରଣୀ ସୁନା, ପି ଡି, ଡୁଡା କଳାହାଣ୍ଡି ମୁନୀନ୍ଦ୍ର ହୋନନାଗା,ଜିଲ୍ଲା ପଞ୍ଚାୟତ ଅଧିକାରୀ କଳାହାଣ୍ଡି ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ନୂଆପଡ଼ା ଲକ୍ଷ୍ମଣ ଓରାମ୍, ଜିଲ୍ଲା ପଞ୍ଚାୟତ ଅଧିକାରୀ ବଲାଙ୍ଗିର ପ୍ରମୋଦ ମିଶ୍ର,ସହ ନିର୍ଦ୍ଦେଶକ ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ଙ୍କ ସମେତ ତିନୋଟି ଜିଲ୍ଲାର ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ। ସମୀକ୍ଷା ବୈଠକ ପରେ ନିର୍ବାଚନ ଆୟୁକ୍ତ ଶ୍ରୀ ପାଢି କେସିଙ୍ଗା ଗସ୍ତରେ ଯାଇ ବେଲ଼୍ଟବାକ୍ସ ଗୋଡାଉନ ପରିଦର୍ଶନ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault