ଓଡ଼ଗାଁ,୩୦।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଆନୁକୂଲ୍ୟରେ ସୋମବାର ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ ହୋଇଛି । ଏହି ଅବସରରେ ହିନ୍ଦୁ ସେନାକୁ ଆବାହକ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଶ୍ରୀରଘୁନାଥଜୀଉଙ୍କ ମନ୍ଦିର ନିକଟରୁ ଭାରତ ମାତାଙ୍କ ଏକ ସୁଜ୍ଜିତ ରଥ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲା । ଶୋଭାଯାତ୍ରା ସମୟରେ ଗର୍ବ ସେ ବୋଲ ହମ ହିନ୍ଦୁ ହୈ ଆଦି ସ୍ଲୋଗାନ ଦେଇଥିଲେ । ସେହିପରି ସୁନାମୁହିଁ ନିକଟସ୍ଥ ଐତିହ୍ୟ କୀର୍ତି ବହନ କରୁଥିବା ସାଧୁ ସନ୍ଥ ପୀଠରେ ଆରଏସଏସ ତରଫରୁ ଏକ ବନ୍ଧୁ ମିଳନରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳନ ସମ୍ପର୍କରେ ବକ୍ତା ମାନେ ବକ୍ତବ୍ୟ ରଖିଥିଲେ । ବିରୁପାକ୍ଷ ପ୍ରଧାନ, ଭାସ୍କର ସାହୁ, ଚନ୍ଦ୍ର ଶେଖର ବିଷୋୟୀ, ଶିବରାମ ସାହୁଙ୍କ ସମେତ ୫୦ ରୁ ଉର୍ଦ୍ଧ କର୍ମି ଏଥିରେ ଅଂଶଗ୍ରହଣ କରିଥିଲେ । ସେହିପରି ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଅନୁରୂପ ଢଙ୍ଗରେ ଶୋଭାଯାତ୍ରା ବାହାରି ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳନ କରାଯାଇଛି । ଏତଦବ୍ୟତୀତ ଆରଏସଏସର ଆହ୍ୱାନ ଅନୁସାରେ ସ୍ଥାନୀୟ ଅଂଚଳରେ ପ୍ରତି ଦୁଆରେ ଦୁଆରେ ପୂର୍ଣ୍ଣକୁମ୍ଭ ସହିତ ଦୀପ ପ୍ରଜ୍ଜଳନ କରାଯାଇ ହିନ୍ଦୁ ନବ ବର୍ଷକୁ ସ୍ବାଗତ କରାଯାଇଥିଲା ।
ରାଜ୍ୟ
ଓଡ଼ଗାଁରେ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ
- Hits: 394