ଭୁବନେଶ୍ୱର, ମାର୍ଚ୍ଚ ୨୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବାଲିପୁଟ (ପୁରୀ)ର ଗୋବିନ୍ଦ ତ୍ରିପାଠୀ ସ୍ମୃତି ପରିଷଦ ପକ୍ଷରୁ ସମ୍ମାନିତ କରାଯାଇଅଛି ।
ପରିଷଦର କାର୍ଯ୍ୟକର୍ତ୍ତାମାନେ ବୁଧବାର ପ୍ରଫେସର (ଡକ୍ଟର) ନାୟକଙ୍କୁ ସୋଆ କାର୍ଯ୍ୟାଳୟରେ ଭେଟି ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ଇଂ ବିଜୟ ଚନ୍ଦ୍ର ତ୍ରିପାଠୀ, ଉପଦେଷ୍ଟା ଡଃ ବିପିନାନନ୍ଦ ମିଶ୍ର , ଇଂ ଅଜୟ ତ୍ରିପାଠୀ ,ଶ୍ରୀ ରାଜେଶ ମିଶ୍ର, ଶ୍ରୀ ପ୍ରଦୀପ୍ତ ପାଣିଗ୍ରାହୀ, ଶ୍ରୀ ମନୋଜ ଦାସ ଓ ଶ୍ରୀ ଅମିତ୍ କୁମାର ସାହୁଙ୍କ ସହ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଓଏସ୍ଡି ଇଂ ପ୍ରହଲ୍ଲାଦ ମହାନ୍ତି, ଆଇଟିଇଆରର ପ୍ରଫେସର ପ୍ରଭାତ ପାଢି ପ୍ରମୁଖ ଉପସ୍ଥିତ ଥିଲେ ।
ପରିଷଦ ପକ୍ଷରୁ ପ୍ରଫେସର (ଡକ୍ଟର) ନାୟକଙ୍କୁ ବାଲିପୁଟ ପରି ଅନୁନ୍ନତ ଗ୍ରାମାଂଚଳରେ ମୌଳିକ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ କ୍ଷେତ୍ରରେ ନିଆଯାଇଥିବା କାର୍ଯ୍ୟାବଳୀ ବିଷୟରେ ଅବଗତ କରାଯାଇଥିଲା ଓ ସ୍ୱାସ୍ଥ୍ୟସେବା ପାଇଁ ତାଙ୍କର ସ୍ୱତଃପ୍ରବୃତ ଅବଦାନ ପାଇଁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।