ବିଜେପୁର :-ବିଜେପୁର ବ୍ଲକ ପରିସରରେ ଭର୍ଚୁଆଲ ମୋଡ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲ୍ଲାରେ ଆସି ହିତାଧିକାରୀଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କାର୍ଯ୍ୟକ୍ରମ କୁ ସିଧା ପ୍ରସାରଣ କରାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ତୋଦୋୟ ଗୃହ ଯୋଜନା ରେ ବିଜେପୁର ବ୍ଲକର ୨୩ ଟି ପଞ୍ଚାୟତ ରୁ ୧୬୪ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ୨୩ ଗୋଟି ପଞ୍ଚାୟତ ରୁ ପ୍ରାୟ ୧୦୦୦ ରୁ ଉର୍ଦ୍ଧ ମହିଳା ଏବଂ ସାଧାରଣ ଲୋକ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ ଏବଂ କାର୍ଯ୍ୟକ୍ରମ କୁ ଆଭାସି ମାଧ୍ୟମରେ ଦେଖିଥିଲେ । ଓଡିଶା ସରକାରଙ୍କ ପକ୍ଷରୁ 3ବର୍ଷରେ ୭୫୫୦ କୋଟି ଏହି ଅନ୍ତୋଦୟ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ବିନିଯୋଗ ହେବାକୁ ଥିବା ବେଳେ ଗରିବ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବାକୁ ସରକାର ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ବିଜେପୁର ସ୍ଥାନୀୟ ବିଧାୟକ ସନତ କୁମାର ଗଡ଼ତୀୟ , ଗୋଷ୍ଟି ଉନ୍ନୟନ ଅଧିକାରୀ ସରୋଜ ବିଶ୍ୱାଳ ଜିଲା ପରିଷଦ ସଭ୍ୟ ସୁଶାନ୍ତ ଗଡ଼ତୀଆ ଓ ବିଧାୟକ ପ୍ରତିନିଧି ଶରତ ବିଶି, ଜୟକୃଷ୍ଣ ଡନସନ, ସବିତା ସାହୁ,ଏବିଡିଓ ସ୍ୱପ୍ନାରାଣୀ ଝାଙ୍କର ଗ୍ରାମ ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟା ସଭ୍ୟ, ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏସିଡିଓ, ଜିଆରସ, ସିଆରପି, ଏମବିକେ, ଅଙ୍ଗନୱାଡି କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ |
ରାଜ୍ୟ
ଅନ୍ତୋଦୟ ଗୃହ ଯୋଜନା ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
- Hits: 537