ହେଡଲାଇନସ୍:

ଚନ୍ଦଳୀ ଉଚ୍ଚ ବିଦ୍ୟାଳୟ ରେ ପରୀକ୍ଷାଫଳ,ପ୍ରାଚୀର ପତ୍ର, କିଶୋରୀ ଶିକ୍ଷା,ଓ ଯୋଗ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 


ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଚନ୍ଦଳି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ସମାପ୍ତିସୂଚକ ମୂଲ୍ୟାୟନ ର ଫଳାଫଳ ପ୍ରକାଶ ପାଇଛି | ଛାତ୍ରଛାତ୍ରୀ, ପିତାମାତା ଓ ଅଭିଭାବକ ମାନେ ପରୀକ୍ଷା ଫଳ ଜାଣି ତାଙ୍କର ମତାମତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଜଣାଇଥିଲେ l ଏହା ପରେ ବିଦ୍ୟାଳୟ ରେ କୈଶୋର ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ସହଶିକ୍ଷଣ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ପ୍ରେମରାଜ ସେଠୀ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଥିଲା l କୈଶୋର ଯୋଗ ଶିବିର ଆୟୋଜନ କରିଥିଲେ କ୍ରୀଡା ଶିକ୍ଷକ ଶ୍ରୀମନ୍ତ ପ୍ରଧାନ ଓ ତାଙ୍କୁ ସହଯୋଗ କରିଥିଲେ ଶିକ୍ଷକ ଅରୂପା ସାହୁ, ସନ୍ତୋଷ ଭୋଇ, ପ୍ରକାଶ ଭୁଏ ଏବଂ ଶିକ୍ଷିକା ନିକିତା ସାହୁ l ପରେ କୈଶୋର କୈଶୋରୀ ମାନଙ୍କର ପାଇଁ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଶିକ୍ଷୟିତ୍ରୀ ନିତୁ ପଧାନ, ସlନ୍ତନl ଗୁରୁମା ଓ ଶିକ୍ଷକ ଦିବ୍ୟରଞ୍ଜନ ପଧାନକାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଆଲୋଚନାଚକ୍ରରେ ଅନ୍ଧାରିବାଞ୍ଜି ସ୍ୱାସ୍ଥ୍ୟ କର୍ମୀ ମଞ୍ଜୁଲତା ବୁଡ଼େକ ଓ ଆଶା କର୍ମୀ ମିନା ଭୁଏ ଛାତ୍ରଛାତ୍ରୀ ମାନଙ୍କୁ କୈଶୋର ଅବସ୍ଥାରେ ହେଉଥିବା ବିଭିନ୍ନ ସମସ୍ୟା ଓ ତାର ନିଦାନ ବିଷୟରେ ଅବଗତ କରାଇଥିଲେ l ଅନୁଷ୍ଠିତ ପୋଷ୍ଟର ତିଆରି ପ୍ରତିଯୋଗିତା ରେ ବହୁ ସଂଖ୍ୟା ରେ ଛାତ୍ରଛାତ୍ରୀ ଭାଗ ନେଇଥିଲେ l ଶିକ୍ଷକ ବାସୁଦେବ ବିଶ୍ୱାଳ, ରମେଶ ପ୍ରଧାନ, ସୁଜିତ ବଗର୍ତ୍ତୀ ତଦାରଖ କରିଥିଲେ l ପରିଶେଷରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସୁଶୋଭିତ ପ୍ରାଚୀର ପତ୍ରକୁ ଅଭିଭାବକ ମାନଙ୍କର ଦ୍ୱାରା ଉଦଘାଟିତ କରାଯାଇଥିଲା lଏହି ଅବସରରେ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପ୍ରଦୀପ୍ତକିଶୋର ଦାଶ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ସ୍ବେଚ୍ଛାସେବୀ ପିଙ୍କୁ ଭୁଏ,ସୁନୀଲ ଭୋଇ ଓ ଗ୍ରାମବାସୀ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ l

0
0
0
s2sdefault